ଭୁବନେଶ୍ବର,୧୦।୨ : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସମ୍ପ୍ରତି କେରଳ ଗସ୍ତରେ ରହିଛି । ଏହି ପ୍ରତିନିଧି ଦଳ ମଙ୍ଗଳବାର କୋଟ୍ଟାୟମସ୍ଥିତ ରବର ବୋର୍ଡ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେମାନେ ଭାରତର ପ୍ରାକୃତିକ ରବର କ୍ଷେତ୍ର, ସାମ୍ପ୍ରତିକ ପ୍ରଯୁକ୍ତି ଉଦ୍ଭାବନ ଏବଂ କ୍ଷେତ୍ର ଆଧାରିତ ବିକାଶ ପଦକ୍ଷେପ ବିଷୟରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଛନ୍ତି।
ଏହି ପ୍ରତିନିଧି ଦଳ ରବର ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ. ବସନ୍ତଗେସନ, ନିର୍ଦ୍ଦେଶିକା (ତାଲିମ) ପ୍ରିୟା ବର୍ମା, ଉପନିର୍ଦ୍ଦେଶକ (ପ୍ରଚାର ଏବଂ ଲୋକ ସମ୍ପର୍କ) ବି. ଶ୍ରୀ କୁମାର, ଉପନିର୍ଦ୍ଦେଶକ (ତାଲିମ) ଅନୀଲ କୁମାର ଭି. ପ୍ରମୁଖଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି।