ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

PIB Fact-Checks :ଗୁରୁଦ୍ୱାର ଉପରେ ଆକ୍ରମଣ ଏବଂ ପାୱାର ଗ୍ରୀଡ୍ ସାଇବର ଆକ୍ରମଣର ଭିଡିଓ ନକଲି

Published By : Anindita Ratha | May 10, 2025 12:34 PM

ନୂଆଦିଲ୍ଲୀ,୧୦/୦୫:   ଗତକାଲି ପ୍ରେସ୍ ଇନଫର୍ମେଶନ୍ ବ୍ୟୁରୋ ବା PIBର ତଥ୍ୟ ଯାଞ୍ଚ ୟୁନିଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ପ୍ରମୁଖ ମିଥ୍ୟା ଦାବିକୁ ଖଣ୍ଡନ କରିଛି। ପ୍ରଥମ ଦାବିଟି ଭାରତର ପାୱାର ଗ୍ରୀଡ ଉପରେ ଏକ କଥିତ ସାଇବର ଆକ୍ରମଣ ସହିତ ଜଡିତ ଥିବା ବେଳେ ଦ୍ୱିତୀୟ ଦାବିଟି ଏକ ଗୁରୁଦ୍ୱାର ଉପରେ ଆକ୍ରମଣ ସହିତ ଜଡିତ ଥିଲା। ପିଆଇବି ଉଭୟ ଦାବିକୁ ମିଥ୍ୟା ବୋଲି କହିଛି । ଏଥିସହ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ଲୋକଙ୍କୁ ଅପିଲ୍ କରିଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ପାକିସ୍ତାନ ସେନା ସାଇବର ଆକ୍ରମଣ କରି ଭାରତର ୭୦% ପାୱାର ଗ୍ରୀଡକୁ ନିଷ୍କ୍ରିୟ କରିଦେଇଛି। ଏହି ପୋଷ୍ଟଟି “ଗ୍ଲୋବାଲ୍ ଡିଫେନ୍ସ ଇନସାଇଟ୍” ଏବଂ “ଡକ୍ଟର କମର ଚିମା” ନାମକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା। ପୋଷ୍ଟରେ କୁହାଯାଇଛି,'ପାକିସ୍ତାନୀ ସେନା ଅନୁଯାୟୀ,ଏକ ସାଇବର ଆକ୍ରମଣ ଭାରତର ୭୦% ପାୱାର ଗ୍ରୀଡକୁ ବନ୍ଦ କରିଦେଇଛି।'

PIB ଫ୍ୟାକ୍ଟ ଚେକ୍ ଏହି ଦାବିର ସତ୍ୟତା ଯାଞ୍ଚ କରିଛି ଏବଂ ଏହାକୁ ସମ୍ପୂର୍ଣ୍ଣ ନକଲି ବୋଲି ଜାଣିପାରିଛି। PIB ତାର ଅଫିସିଆଲ୍  ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରି କହିଛି ଯେ 'ପାକିସ୍ତାନ ସାଇବର ଆକ୍ରମଣ ମାଧ୍ୟମରେ ଭାରତର ୭୦% ପାୱାର ଗ୍ରୀଡ୍ ଅକ୍ଷମ କରିଦେଇଛି ବୋଲି ଦାବି ସମ୍ପୂର୍ଣ୍ଣ ମିଥ୍ୟା।'ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଆଉ ଏକ ମିଥ୍ୟା ଦାବି ପ୍ରସାରିତ ହେଉଥିଲା ଯେ, ଭାରତ ନାନକାନା ସାହିବ ଗୁରୁଦ୍ୱାର ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଏହା ବିଷୟରେ ସୂଚନା ଦେଉଛନ୍ତି। ଯାହାର ପଛପଟେ ଖଲିସ୍ତାନ ଲେଖାଯାଇଛି।PIB ଫ୍ୟାକ୍ଟ ଚେକ୍ ମଧ୍ୟ ଏହି ଦାବିର ସତ୍ୟତା ଯାଞ୍ଚ କରି ଏହାକୁ ନକଲି ବୋଲି କହିଛି। ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ମିଥ୍ୟା ଖବର ପ୍ରସାରିତ ହେଉଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.