ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଓଲଟିଲା ପିକଅପ ଭ୍ୟାନ; ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ

Published By : Bijay Swain | March 2, 2025 9:52 PM

ନୂଆପଡା, ୨/୩: ମୋବାଇଲରେ କଥାହୋଇ ଗାଡି ଚଳାଇବା ହେଲା କାଳ। କଥା ହୋଇ ଅସାବଧାନତାର ସହ ଗାଡି ଚଳାଇବାରୁ ଓଲଟିଲା ପିକଅପ ଭ୍ୟାନ। ଏହି ଭୟଙ୍କର ଦୁର୍ଘଟଣାରୁ ୨୫ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି। ତେବେ ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହେବା ସହ ୧୩ ଜଣ ଆହତ ହୋଇଛନ୍ତି। ସମସ୍ତ ଲୋକଙ୍କୁ ଚିକିତ୍ସା ପାଇଁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। 

ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତେ ଧରମବନ୍ଧା ଥାନା ବାଞ୍ଜିପାନୀର ବୋଲି ଜମାପଡିଛି। ତେବେ ସମସ୍ତ ଯାତ୍ରୀ ବରଗଡ଼ ଜିଲ୍ଲା ଗୁର୍ଜିଭଟାରୁ ଏକ ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ହୋଲେ ହଠାତ୍ ଗାଡିଟି ଭାରସ୍ୟାମ ହରାଇ ନୂଆପଡା -ଧରମବନ୍ଧା ରାସ୍ତା ଗୋଡ଼ ତୋର ପାଖର ଓଲଟି ପଡିଥିଲା। 

ସୂଚନା ମୁତାବକ ଉକ୍ତ ପିକଅପ ଭ୍ୟାନରେ ୨୫ରୁ ଉର୍ଦ୍ଧ ମହିଳା, ପୁରୁଷ ଓ କିଛି ଛୋଟ ଶିଶୁ ରହିଥିଲେ। ସମସ୍ତେ ଏକ ଏକୋଇଶିଆ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ହେଲେ ଗାଡିର ଡ୍ରାଇଭର ଜଣକ ମୋବାଇଲରେ କଥା ହୋଇ ଅସାବଧାନତାର ସହ ଗାଡି ଚଳାଉଥିଲେ। ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.