ଟାଙ୍ଗି,୨୩/୫ : ଓଲଟିଲା ପିକ୍-ଅପ୍ ଭ୍ୟାନ୍ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ମୃତକ ବାଲୁଗାଁ ଶାନ୍ତି ନଗରର ସୁରଞ୍ଜନ ବିଶ୍ୱାସ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳର ଶାନ୍ତି ନଗରର ୧୫ଜଣ ବ୍ୟକ୍ତି ବୁଲିବା ଲାଗି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧିନସ୍ଥ ବଟେଶ୍ୱର ମନ୍ଦିରକୁ ଯାଇଥିଲେ । ସେଠାରୁ ଏକ ପିକ୍-ଅପ୍ ଭ୍ୟାନରେ ସମସ୍ତେ ଫେରୁଥିଲେ । ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ବର୍ଡ଼ର ନିକଟରେ ଏହି ପିକ୍-ଅପ୍ ଭ୍ୟାନଟି ହଠାତ୍ ଓଲଟି ପଡ଼ିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ବାଲୁଗାଁ ଓ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।