ମନମୁଣ୍ଡା, ୧୩।୨: ଗ୍ୟାରେଜ୍‌ ତାଲା ଭାଙ୍ଗି ଚୋରି କରିନେଲେ ପିକଅପ୍ ଭ୍ୟାନ୍ ଗାଡ଼ି । ଗୁରୁବାର ରାତିରେ ମନମୁଣ୍ଡା ଥାନା ଜାତୀୟ ରାଜପଥ ୫୭ ଜମଟାଙ୍ଗୀ ଗାଁର ଗୋଦାମରେ ଥିବା ଗାଡ଼ି ଚୋରି ହୋଇଛି । ଗ୍ୟାରେଜର ତାଲା ଭାଙ୍ଗି, ଗ୍ରିଲ୍ ଖୋଲି ଏକ ମହିନ୍ଦ୍ରା ପିକଅପ୍ ଗାଡ଼ି ଚୋରି କରିନେଲେ ଦୁର୍ବୃତ୍ତ । ଗାଡ଼ିର ମାଲିକ ସେହି ଗାଁର ଈଶ୍ୱର ସାହୁ ଏନେଇ ଆଜି ସକାଳ ସମୟରେ ଥାନାରେ ଏତଲା ଦେଇଛନ୍ତି । ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରା ଚାଲାଣରେ କୁଖ୍ୟାତି ଲାଭ କରିଛି । ଚୋରି ଗାଡ଼ିମାନଙ୍କରେ ପ୍ରାୟତଃ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଚୋରି ହୋଇଥିବା ଗାଡ଼ି ମଧ୍ୟ ସେଇ କାରବାରରେ ବ୍ୟବହାର ହେବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ... ​​​​​​​ବଦଳିବ ପାରାଦୀପର ରୂପରେଖ, ପର୍ଯ୍ୟଟକଙ୍କୁ ଟାଣିବ ବ୍ଲୁ ଫ୍ଲାଗ୍ ବିଚ୍ 

ସୂଚନାନୁସାରେ, ମଙ୍ଗଳବାର ବୌଦ୍ଧ ଥାନା ଭାଳିଆପଦର ଗ୍ରାମରେ ଜନୈକ ଘରର ମହିଳାଙ୍କୁ ମାଡ଼ ମାରି ହାତ ବାନ୍ଧି ବମ୍ ପକାଇ ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ ଡକାୟତି ହୋଇଥିଲା । ସେହିଭଳି ବୁଧବାର ରାତିରେ ହରଭଙ୍ଗା ବ୍ଲକ୍ ଚମ୍ପାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ପରିବାର ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିବା ସହ ୬୦ ଗ୍ରାମ ସୁନା ଅଳଙ୍କାର ସହ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ବୌଦ୍ଧ ଜିଲ୍ଲାରେ ବଡ଼ ଧରଣର ଡକାୟତି, ଚୋରି ଲଗାତାର ୩ ଦିନରେ ୩ଟି ଘଟଣାରେ ଜିଲ୍ଲାରେ ଭୟର ବାତାବରଣ ଦେଖିବାକୁ ମିଳିଛି ।