ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପୀୟୂଷ ଚାୱଲା, ଜାଣନ୍ତୁ କଣ କହିଲେ ?

Published By : Ankita S | June 6, 2025 2:59 PM

ନୂଆଦିଲ୍ଲୀ,୦୬/୦୬: କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା ଲାଗିବା ପରି ଖବର ସାମ୍ନାକୁ ଆସିଛି । କ୍ରିକେଟକୁ ଅଲବିଦା କହିଲେ ଆଉ ଜଣେ ଭେଟେରାନ । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ପୀୟୂଷ ଚାୱଲା । ଭାରତ ପାଇଁ ଟି-ଟ୍ୱେଣ୍ଟି ଓ ଦିନିକିଆ ବିଶ୍ୱକପ ବିଜେତା ୩୬ ବର୍ଷୀୟ ସ୍ପିନର ପୀୟୂଷ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଅବସର ନେଇ ଘୋଷଣା କରିଛନ୍ତି । ୨୦୦୭ ଟି-ଟ୍ୱେଣ୍ଟି ଓ ୨୦୧୧ ଦିନିକିଆ ବିଶ୍ୱ କପ୍ ବିଜେତା ଦଳରେ ଥିଲେ ପିୟୂଷ ।

ଇନଷ୍ଟାଗ୍ରାମ ପୋଷ୍ଟରେ ଅବସର ଘୋଷଣା କରି ପୀୟୂଷ କହିଛନ୍ତି, ''ମୈଦାନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଦେବା ପରେ, ଏବେ ଏହି ସୁନ୍ଦର ଖେଳକୁ ଅଲବିଦା କହିବାର ସମୟ ଆସିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧି କରି ୨୦୦୭  ଟି-୨୦ ବିଶ୍ୱ କପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ଦଳର ଅଂଶ ହେବା ଯାଏ, ଏହି ଅବିଶ୍ୱସନୀୟ ଯାତ୍ରାର ସବୁ ସମୟ କୌଣସି ଆର୍ଶୀବାଦଠୁ କମ୍ ନୁହେଁ । ଏହି ମୂହୁର୍ତ୍ତ ସର୍ବଦା ମୋ ହୃଦୟରେ ରହିବ ।

କ୍ରିକେଟ କ୍ୟାରିୟରରେ ପିୟୂଷ ୨୫ଟି ଦିନିକିଆ, ୩ଟି ଟେଷ୍ଟ ମ୍ୟାଚ ଖେଳିବା ସହିତ ୭ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ସବୁ ଫର୍ମାଟରେ ସେ ୪୩ଟି ୱିକେଟ ଅକ୍ତିଆର କରିଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗରେ ସେ ଚେନ୍ନାଇ ସୁପର କିଙ୍ଗସ, ପଞ୍ଜାବ କିଙ୍ଗସ୍‌, କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି । ୨୦୧୪ରେ ଚାମ୍ପିଅନ କେକେଆର ଦଳରେ ଥିଲେ  ।''

ଜଣଙ୍କ ପରେ ଜଣେ ଭାରତୀୟ କ୍ରିକେଟରଙ୍କ ସନ୍ନ୍ୟାସ ଘୋଷଣା ଫ୍ୟାନ୍ସଙ୍କୁ ନିରାଶ କରୁଛି । ପ୍ରଥମେ ଟି-ଟ୍ୱେଣ୍ଟିରୁ ଅବସର ପରେ ଗତ ମାସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଏହା ପରେ ପୁଣି  ପୀୟୂଷ ଚାୱଲା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । ୨୦୨୫ ଆଇପିଏଲରେ ଅନସୋଲ୍ଡ ଥିଲେ ପୀୟୁଷ । ତାଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.