ଭୁବନେଶ୍ବର ୭/୧ : ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ପୁଣିଥରେ ପୀୟୂଷ ଯାତ୍ରାରେ ମଞ୍ଚରେ ଅଭିନୟ କରିବା ଉପରେ ଲାଗିଛି କଟକଣା । ମଞ୍ଚରେ ଚଢ଼ିବାର କିଛି ଘଣ୍ଟା ନଯାଉଣୁ ଲାଗିଛି ଝଟକା । ଭୁବନେଶ୍ବର ସିଭିଲ୍ କୋର୍ଟ ପକ୍ଷରୁ ନିଷ୍ପତ୍ତିରେ ଶୁଣା ଯାଇଛି କି, ମଞ୍ଚରେ ଅଭିନୟ କରିପାରିବେ ନାହିଁ ପୀୟୂଷ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଏଲଭି ଶୁଣାଇଛନ୍ତି କୋର୍ଟ । ପୀୟୂଷଙ୍କୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ୍ ଲଗାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଯାଏ ମଞ୍ଚରେ ଅଭିନୟ ବାରଣ କରାଯାଇଛି । ସେ ଏବେ ଯାତ୍ରାରାଣୀ ସିଂହବାହିନୀରେ ଅଭିନୟ କରୁଥିଲେ । ତୁମୋ ବଜରଙ୍ଗୀ ନାଟକରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନମୋହିଥିଲେ । ମାତ୍ର ଏବେ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଳିବ ନାହିଁ । ଯେପର୍ଯ୍ୟନ୍ତ କୋର୍ଟ ପରବର୍ତ୍ତୀ ରାୟ ନଶୁଣାଇଛନ୍ତି ସେ ଅଭିନୟ କରିପାରିବେ ନାହିଁ । ଦୀର୍ଘଦିନ ପରେ ପୀୟୂଷ ଯାତ୍ରା ମଞ୍ଚକୁ ଫେରିଥିବାବେଳେ ଦର୍ଶକଭ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେକିବାକୁ ମିଳିଥିଲା । ଏହାସହ ତାଙ୍କୁ ଦେଖି କିଛି କମିଟି ମଧ୍ୟ ଅଗ୍ରଣୀ ପ୍ରଦାନ କରିଥିଲେ । ମାତ୍ର ଏବେ କୋର୍ଟଙ୍କ ରାୟ ସବୁ ନିରାଶ କରି ଦେଇଛି ।