ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମସ୍କୋରେ ପ୍ଲେନ୍‌ କ୍ରାସ୍‌, ବିମାନରେ ଥିବା ସବୁ ଲୋକଙ୍କ ମୃତ୍ୟୁ

Published By : Tapas Panda | June 28, 2025 9:38 PM

ନୂଆଦିଲ୍ଲୀ: ରୁଷ ରାଜଧାନୀ ମସ୍କୋରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି ।  ୟାକ୍‌-18 T ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସମସ୍ତ ଲୋକଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁସାରେ, ଏହି ବିମାନରେ ମୋଟ ୪ ଜଣ ଥିଲେ । ମୃତକଙ୍କ ମଧ୍ୟରେ କ୍ରୁ ସଦସ୍ୟ ଏବଂ ତାଲିମପ୍ରାପ୍ତ ପାଇଲଟମାନେ ସାମିଲ ଅଛନ୍ତି । ଟ୍ରେନିଂ ସମୟରେ  ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁସାରେ, ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଛି । 

ରୁଷର ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟ ଅନୁଯାୟୀ, ବିମାନର ଇଞ୍ଜିନରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି । ଇଞ୍ଜିନ ଫେଲ୍ ହେବା ପରେ ବିମାନଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖୋଲା ପଡ଼ିଆରେ ଖସିପଡ଼ିଲା । ଏହା ପରେ ବିମାନରେ ନିଆଁ ଲାଗି ଯାଇଥିଲା । ଫଳରେ ବିମାନରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । କିନ୍ତୁ ବାହାରେ କେହି ମୃତାହତ ହୋଇନାହାନ୍ତି । ସେପଟେ କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ଉଡ଼ାଣ ପାଇଁ ବିମାନକୁ ସରକାରୀ ଅନୁମତି ମିଳିନଥିଲା। 

ଦୁର୍ଘଟଣା ସଂପର୍କରେ ଆହୁରି ଛାନଭିନ କରିବାକୁ ଏକ ଟିମ୍‌ ଗଠନ କରାଯାଇଛ । ଉଡ଼ାଣ ପୂର୍ବରୁ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। ତେବେ Yak-18T ଏକ ହାଲୁକା ଟ୍ରେନିଂ ବିମାନ । ପୂର୍ବତନ ସୋଭିଏତ୍ ୟୁନିଅନ୍ ଦେଶଗୁଡ଼ିକରେ ଫ୍ଲାଇଂ କ୍ଲବ୍ ଏବଂ ତାଲିମ କେନ୍ଦ୍ରଗୁଡ଼ିକରେ ବହୁଳ ଭାବରେ ବ୍ୟବହୃତ ହୁଏ । ଏହି ବିମାନ ଏହାର ଶକ୍ତି ଏବଂ ବେସାମରିକ ବିମାନ ଚଳାଚଳ ପାଇଲଟମାନଙ୍କୁ ତାଲିମ ଦେବାରେ ଉପଯୋଗୀତା ପାଇଁ ଜଣାଶୁଣା । ଏପରି ଦୁର୍ଘଟଣା ବିମାନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.