ନୂଆଦିଲ୍ଲୀ,୨୩।୪:  ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟକ୍କର। କିନ୍ତୁ ମ୍ୟାଚ୍‌ରେ ଖେଳାଳି ଓ ଅମ୍ପାୟରଙ୍କୁ କଳା ପଟି ପିନ୍ଧି ଫିଲ୍ଡକୁ ଆସିଥିବାର ଦେଖିବାକୁ ମିଳିଥିଲା। ଏହାର କାରଣ ଥିଲା ଜାମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା। ଏହି କାରଣରୁ କଳା ପଟି ପିନ୍ଧିବାର ନିଷ୍ପତ୍ତି ନିଆଯାଇଛି। ଏହି ପରିବର୍ତ୍ତନ ପହଲଗାମ୍‌ରେ ମୃତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କରାଯାଇଛି। ମ୍ୟାଚ୍‌ରେ ଟସ୍ ଜିତି ହାର୍ଦ୍ଧିକ ପାଣ୍ଡା ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ।

ଏହି ମ୍ୟାଚକୁ ନେଇ ବିସିସିଆଇ (ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ)୪ଟି ବଡ଼ ପରିବର୍ତ୍ତନ କରିଛି। ପ୍ରଥମଟି ହେଲା ପୀଡିତଙ୍କ ପ୍ରତି ଶୋକ ବ୍ୟକ୍ତି କରିବା ପାଇଁ ଆଇପିଏଲ ମ୍ୟାଚ ବେଳେ ଅମ୍ପାୟର ଓ ଖେଳାଳି କଳା ପଟି ବାନ୍ଧି ମୈଦାନକୁ ଓହ୍ଲାଇବେ। ଏହା ସହ ବିସିସିଆଇ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି। 

ମ୍ୟାଚ୍ ବେଳେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମ୍ୟାଚ ଆରମ୍ଭ ପୂର୍ବରୁ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ତୃତୀୟ କଥା ହେଲା ମ୍ୟାଚ୍ ବେଳେ ରାଜୀବ ଗାନ୍ଧୀ ଇଣ୍ଟରନାସନାଲ ଷ୍ଟାଡିୟମ୍‌ର କୌଣସି ଚିୟର ଲିଡର୍ସଙ୍କଦେଖିବାକୁ ମିଳିନଥିଲା। ସେଭଳି ମ୍ୟାଚ୍‌ ବେଳେ କୌଣସି ଆତାଶବାଜି ହେବନି। ମୋଟ ଭାବରେ ସବୁକିଛି ସାଧାସିଧା ଭାବରେ ନିୟମର ପାଳନ କରି ଖେଳାଯିବ।