ନୂଆଦିଲ୍ଲୀ,୩୦/୧୧: ଦେଶରେ ଟେଲିକମ୍‌ ଏବଂ ନେଟ୍‌ୱର୍କ  ଯନ୍ତ୍ରାଂଶ ଉତ୍ପାଦନକୁ ସରକାର  ପ୍ରୋତ୍ସାହିତ କରିବା ଲାଗି ଉତ୍ପାଦନ  ସଂଯୁକ୍ତି ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ ହାତକୁ ନେଇଛନ୍ତି । ଏହା ଅଧିନରେ ପ୍ରୋତ୍ସାହନ ପାଇଁ କମ୍ପାନି ଗୁଡିକ  ଦେଶରେ ଉତ୍ପାଦନ ଜାରି ରଖିଛନ୍ତି । ଏହି  କମ୍ପାନି ଗୁଡିକ ୬୫,୩୨୦ କୋଟି ଟଙ୍କାର  ଟେଲିକମ୍‌ ଯନ୍ତ୍ରାଂଶ ବିକ୍ରି କରିଥିବା ସୂଚନା ମିଳିଛି । ଏହା ପିଏଲ୍‌ଆଇକୁ  ବଡ ସଫଳତା ବୋଲି କୁହାଯାଉଛି । 

ଏହି ଯୋଜନାରେ ସରକାରଙ୍କୁ  ୪୨ଟି ଆବେଦନ ଆସିଥିଲା । ଏହା ମଧ୍ୟରେ ରହିଥିଲେ ୨୮ ଏମ୍‌ଏସ୍‌ଏମ୍‌ଇ ।  ଏହି କମ୍ପାନିଗୁଡିକ ପ୍ରାୟ ୪ ହଜାର କୋଟି  ଟଙ୍କାର ନିବେଶ କରିଛନ୍ତି । ସେହିଭଳି  କମ୍ପାନିଗୁଡିକ ୧୨,୩୮୪ କୋଟିର ରପ୍ତାନି  କରିଛନ୍ତି । ୨୦୨୧ରେ ଏ କ୍ଷେତ୍ରରେ  ପିଏଲ୍‌ଆଇ ସ୍କିମ ଲଞ୍ଚ କରାଯାଇଥିଲା ।  ୧୨,୧୯୫ କୋଟି ଟଙ୍କାର ସବସିଡି ପ୍ରଦାନ  କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ  ଡ.ଚନ୍ଦ୍ରଶେଖର ପେମାସାନି କହିଛନ୍ତି, କମ୍ପାନି ଗୁଡିକ ମୋଟ ୬୫, ୩୨୦ କୋଟି  ଟଙ୍କାର ଯନ୍ତ୍ରାଂଶ ବିକ୍ରି କରିଛନ୍ତି । ଏହା  ଦ୍ୱାରା ସ୍ଥାନିୟ ବିନିର୍ମାଣକୁ ସରକାର  ପ୍ରୋତ୍ସାହିତ କରୁଛନ୍ତି ।