ଭୁବନେଶ୍ୱର,୨୪/୧୦: ଆସନ୍ତା ଡିସେମ୍ବର ୨୩ରୁ ୩୦ ଯାଏ ଯୁକ୍ତ ଦୁଇ ଇଣ୍ଟରନାଲ୍‌  ପରୀକ୍ଷା ହେବ । ସେହିପରି ଜାନୁଆରୀ ୨ରୁ ୧୨ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ।  ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଇଣ୍ଟରନାଲ୍‌ ପରୀକ୍ଷା ପାଇଁ ୪୫ ମିନିଟ୍‌ ଏବଂ ପ୍ରୋଜେକ୍ଟ  ପେପର ପାଇଁ ୨ଘଣ୍ଟା ସମୟ ଦିଆଯିବ । ସେହିପରି ପ୍ରାକ୍ଟିକାଲ  ପରୀକ୍ଷା ଜାନୁଆରୀ ୨ ତାରିଖରୁ ୧୨ ତାରିଖ ମଧ୍ୟରେ ହେବ । ୧୫  ମାର୍କ ବିଶିଷ୍ଟ ପରୀକ୍ଷା ପାଇଁ ୨ ଘଣ୍ଟା ଏବଂ ୩୦ରୁ ଅଧିକ ମାର୍କର  ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଦିଆଯିବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁତ୍ୱ ଦେଇଛି । ପରୀକ୍ଷା ପୂର୍ବରୁ ଏନେଇ ସୁନିଶ୍ଚିତ କରିବାକୁ  ସମସ୍ତ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଲିଖିତ ପରୀକ୍ଷାର ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ  ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ବାର୍ଷିକ ପରୀକ୍ଷା କରିବା ପାଇଁ ଯୋଜନା ରହିଛି ।