ନୂଆଦିଲ୍ଲୀ,୦୨/୦୮: ଚାଷୀଙ୍କ ପାଇଁ ଖୁସି ଖବର। ଖାତାକୁ ଗଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି । ଅନ୍ନଦାତାଙ୍କୁ ସମ୍ମାନ-ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ଯୋଜନାରେ ଦେଶର ୯ କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ହୋଇଛନ୍ତି ଉପକୃତ । ୨୦ ହଜାର ୫ଶହ କୋଟିରୁ ଅଧିକ ରାଶି ଡ଼ିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଉତ୍ତରପ୍ରଦେଶ ବାରାଣସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ୍ କିଷାନ ନିଧି କିସ୍ତି ପଠାଇଛନ୍ତି । ପିଏସ୍ କିଷାନ ସମ୍ମାନ ନିଧି ଅଧୀନରେ ଏବେ ସୁଦ୍ଧା ୩ ଲକ୍ଷ ୭୦ ହଜାର କୋଟି ଟଙ୍କାର ସମ୍ନାନ ରାଶି ଦିଆଯାଇଛି ।ଯାହା ବିଶ୍ବର ସବୁଠୁ ବଡ଼ ଡାଇରେକ୍ଟ ବେନିଫିଟ ଯୋଜନା । ପ୍ରକାଶ ଥାଉକି, ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଯେଉଁଥିରେ ଏଥିରେ ୮୫ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ।