ନୂଆଦିଲ୍ଲୀ, ୨୫/୨ : ଇସ୍ରାଏଲ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ବର୍ଷରେ ଦ୍ବିତୀୟଥର ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଭବ୍ୟ ସ୍ବାଗତ କରିଛନ୍ତି । ଇସ୍ରାଏଲ ସଂସଦରେ ମୋଦି ସମ୍ବୋଧନ ଦେଇଛନ୍ତି । ଯେଉଁଠାରେ ସେ ହମାସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ହମାସର ନାଁ ନେଇ ଅକ୍ଟୋବର ୭ ତାରିଖରେ ଘଟିଥିବା ଅଘଟଣରେ ଦୋଷ ଦେଇ କଡ଼ା ସମାଲୋଚନା କରିଛନ୍ତି । ନିର୍ଦୋଷ ନାଗରିକଙ୍କୁ ଯେଭଳି ଭାବେ ହତ୍ୟା କରାଯାଇଛି ଏହା ଗ୍ରହଣୀୟ ନୁହେଁ । ବିଶ୍ବକୁ ଏକଜୁଟ ହୋଇ ଏଭଳି ଆତଙ୍କବାଦ ବିରୋଧରେ ଏକ ହେବାକୁ ପଡ଼ିବ । ଭାରତ ଏବଂ ଇସ୍ରାଏଲ ଆତଙ୍କବାଦ ବିରୋଧରେ ଲଢ଼ୁଛନ୍ତି ।
ଇସ୍ରାଏଲ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ଭାରତ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଭାରତୀୟ ଜନତାଙ୍କ ପକ୍ଷରୁ, ମୁଁ ଅକ୍ଟୋବର ୭ ତାରିଖରେ ହୋଇଥିବା ସେହି ଭୟଙ୍କର ହମାସ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି । ଯେଉଁ ମାନଙ୍କ ପରିବାର ଉଜୁଡ଼ିଯାଇଛି ଆମେ ସେମାନଙ୍କ ସହ ରହିଛୁ । ଆପଣଙ୍କର ଦୁଃଖରେ ସହଭାଗୀ। ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଇସ୍ରାଏଲ ସହିତ ଦୃଢ଼ ଭାବରେ ଠିଆ ହୋଇଛି।"
ଶାନ୍ତିର ପଥ ସବୁବେଳେ ସହଜ ନୁହେଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ ଗାଜା ଶାନ୍ତି ପ୍ରୟାସ ଏକ ଆଗକୁ ବଢିବାର ପଥ ପ୍ରଦାନ କରେ। ଭାରତ ଏଥିପାଇଁ ସମର୍ଥନ ପ୍ରକାଶ କରିଛି। ଏହା ପାଲେଷ୍ଟାଇନ ସମସ୍ୟାର ସମାଧାନ ସମେତ ଏହି ଅଞ୍ଚଳର ସମସ୍ତ ଲୋକଙ୍କ ପାଇଁ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତିର ପ୍ରତିଶ୍ରୁତି ଦେଉଛି। ଆମର ସମସ୍ତ ପ୍ରୟାସ ଜ୍ଞାନ, ସାହସ ଏବଂ ମାନବତା ଦ୍ୱାରା ପରିଚାଳିତ ହେଉ। ଶାନ୍ତିର ପଥ ସର୍ବଦା ସହଜ ନୁହେଁ, କିନ୍ତୁ ଏହି କ୍ଷେତ୍ରରେ ଆଲୋଚନା, ଶାନ୍ତି ଏବଂ ସ୍ଥିରତାକୁ ସମର୍ଥନ କରିବାରେ ଭାରତ ଆପଣଙ୍କ ଏବଂ ବିଶ୍ୱ ସହିତ ଠିଆ ହୋଇଛି।"
ଆମେ ବନ୍ଧୁ ଅପେକ୍ଷା ଭାଇ ଅଧିକ
ସଂସଦକୁ ସମ୍ବୋଧିତ କରି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭାରତ ଏବଂ ଇସ୍ରାଏଲ ବହୁତ ଭଲ ବନ୍ଧୁ। ଆମେ ବନ୍ଧୁ ଅପେକ୍ଷା ଅଧିକଭାଇ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଭାରତ ସହିତ ବାଣିଜ୍ୟ ଦ୍ୱିଗୁଣିତ ହୋଇଛି ଏବଂ ସହଯୋଗ ଚାରିଗୁଣ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦି ମୋର ଜଣେ ବହୁତ ଭଲ ବନ୍ଧୁ।"
ଏହାସହ ପଢ଼ନ୍ତୁ : ଗୁଳିରେ ଶେଷ ପ୍ରେମ କାହାଣୀ : ବାହା ହେଉଥିଲା ପ୍ରେମିକା, ଗୁଳି କରିଦେଲା ପ୍ରେମିକ