ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଥାଇଲାଣ୍ଡରେ ପିଏମ ମୋଦି ଓ ମହମ୍ମଦ ୟୁନୁସଙ୍କ ମଧ୍ୟରେ ହେଲା ବୈଠକ; ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଓ ହିନ୍ଦୁ ସୁରକ୍ଷା ପ୍ରସଙ୍ଗରେ ହେଲା ଆଲୋଚନା

Published By : Bijay Swain | April 4, 2025 8:34 PM

Image courtesy: indiatoday

ନୂଆଦିଲ୍ଲୀ: ଥାଇଲାଣ୍ଡ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସହ ଏକ ବୈଠକ କରିଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ବିମ୍ସଟେକ (BIMSTEC) ଶିଖର ସମ୍ମିଳନୀର ଯୋଗ ଦେବା ପାଇଁ ଦକ୍ଷିଣ ଏସିଆର ବିଭିନ୍ନ ଦେଶର ନେତାମାନେ ବର୍ତ୍ତମାନ ଥାଇଲାଣ୍ଡ ଗସ୍ତରେ ରହିଛନ୍ତି। ତେବେ ଏହି ବୈଠକରେ ପିଏମ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ় କରିବା ଏବଂ ବାଂଲାଦେଶର ହିନ୍ଦୁମାନଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ। 

ମହମ୍ମଦ ୟୁନୁସ ନିକଟରେ ଚୀନ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବାଞ୍ଚଳକୁ ଲ୍ୟାଣ୍ଡଲକ ଅଞ୍ଚଳ ବୋଲି ବର୍ଣ୍ଣନା କରି ଏହାର ଭୌଗୋଳିକ ସ୍ଥିତିକୁ ନେଇ ବିବାଦିୟ ମନ୍ତବ୍ୟ ଦେଇଥିଲେ। ସେ ଚୀନକୁ ବାଂଲାଦେଶ ମାଧ୍ୟମରେ ଏହି ଅଞ୍ଚଳରେ ଅର୍ଥନୈତିକ ପ୍ରଭାବ ବୃଦ୍ଧି କରିବାକୁ ଆହ୍ବାନ ଦେଇଥିଲେ। ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭାରତୀୟ ଅଧିକାରୀମାନେ, ବିଶେଷକରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ମନ୍ତବ୍ୟକୁ "ଆପତ୍ତିଜନକ" ଏବଂ "ଅଗ୍ରହଣୀୟ" ବୋଲି କହି ଏହାର କଡା ନିନ୍ଦା କରିଥିଲେ।

ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁନୁସଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, "ଯେକୌଣସି ବୟାନ ଯାହା ପରିବେଶକୁ ବିଗାଡ଼ିଥାଏ, ତାହାକୁ ଏଡ଼ାଇ ଦିଆଯିବା ଉଚିତ୍।" ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଅନୁଯାୟୀ, ମୋଦି ଏହି ବୈଠକରେ ଭାରତ ଓ ବାଂଲାଦେଶ ମଧ୍ୟରେ ସକାରାତ୍ମକ ସମ୍ପର୍କ ଗଢ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ, "ପ୍ରଧାନମନ୍ତ୍ରୀ ଏକ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ଏବଂ ସମାବେଶୀ ବାଂଲାଦେଶକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଥିଲେ।"

ଏହି ବୈଠକରେ ସୀମା ସୁରକ୍ଷା ଏକ ପ୍ରମୁଖ ବିଷୟ ଥିଲା। ମୋଦି ଅବୈଧ ସୀମା ଅତିକ୍ରମଣ ରୋକିବା ପାଇଁ କଡ଼ା ଆଇନ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏହା ସହିତ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହିଂସା ବୃଦ୍ଧି ପାଇଥିବା ନେଇ ଭାରତ ଚିନ୍ତା ପ୍ରକାଶ କରିଛି।

ଏହି ଭେଟଘାଟ ଶେଖ ହସିନାଙ୍କ ସରକାରର ଅଗଷ୍ଟ ୨୦୨୪ରେ ପତନ ପରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା। ତେବେ ଉଭୟ ନେତା ହାତ ମିଳାଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ଦେଖାଯାଇଥିଲା। ୟୁନୁସ ମୋଦିଙ୍କୁ ୨୦୧୫ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ୧୦୨ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ସ୍ୱର୍ଣ୍ଣ ପଦକ ପ୍ରଦାନ ସମୟର ଏକ ଫଟୋଚିତ୍ର ଉପହାର ଦେଇଥିଲେ, ଯାହା ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ଥିଲା।

ମୋଦି ଏବଂ ୟୁନୁସଙ୍କ ମଧ୍ୟରେ ଏହି ବୈଠକ ଦୁଇ ଦେଶ ମଧ୍ୟରେ ଚାଲିଆସୁଥିବା ଉତ୍ତେଜନାକୁ ହ୍ରାସ କରି ସହଯୋଗର ନୂଆ ଅଧ୍ୟାୟ ଆରମ୍ଭ କରିବାର ଏକ ପ୍ରୟାସ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ଭାରତ ଏକ ଶାନ୍ତିପୂର୍ଣ୍ଣ ଓ ସ୍ଥିର ବାଂଲାଦେଶ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି। ଯାହା ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.