ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍, ଆମେରିକା ଏବଂ ୟୁରୋପୀୟ ୟୁନିୟନ ସହିତ ଟ୍ରେଡ ଡିଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି PTI ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତର ଦୃଢ଼ ଉତ୍ପାଦନ କ୍ଷେତ୍ର, ସେବା କ୍ଷେତ୍ର ଏବଂ MSME (ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କ୍ଷେତ୍ର ଭାରତକୁ ନିଜସ୍ୱ ସର୍ତ୍ତରେ ୩୮ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ବା ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (FTA)ରେ ପ୍ରବେଶ କରିବାକୁ ସକ୍ଷମ କରିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଲେ FTA ର ଉଦ୍ଦେଶ୍ୟ…
ଟ୍ରେଡ ଡିଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜନୈତିକ ସ୍ଥିରତା ଏବଂରାଜନୈତିକ ପୂର୍ବାନୁମାନ କ୍ଷମତା ଭାରତରେ ନିବେଶକଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିଛି। ସେ କହିଛନ୍ତି ଯେ, ଆମର ମୁକ୍ତ ବାଣିଜ୍ୟ ଚୁକ୍ତିର ଉଦ୍ଦେଶ୍ୟ ହେଉଛି ବୟନ, ଚମଡା, ରାସାୟନିକ ପଦାର୍ଥ, ହସ୍ତଶିଳ୍ପ, ଅଳଙ୍କାର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ବଜାର ପ୍ରବେଶକୁ ବିସ୍ତାର କରିବା। ସେ କହିଛନ୍ତି, "ଏହି ବର୍ଷର ବଜେଟ୍ ଭାରତର ଏକ ବିକଶିତ ରାଷ୍ଟ୍ର ହେବାର ଇଚ୍ଛାକୁ ପ୍ରତିଫଳିତ କରେ।
ପ୍ରଧାନମନ୍ତ୍ରୀ ମୋଦି ପ୍ରତିରକ୍ଷା ବଜେଟରେ ବୃଦ୍ଧି ବିଷୟରେ କହିଛନ୍ତି…
ପ୍ରତିରକ୍ଷା ବଜେଟରେ ବୃଦ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସରକାର ଦେଶର ପ୍ରତିରକ୍ଷା ବାହିନୀକୁ ସମର୍ଥନ ଏବଂ ସୁଦୃଢ଼ କରିବା ପାଇଁ ଯାହା ଆବଶ୍ୟକ ତାହା କରିବେ। ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ପ୍ରତିରକ୍ଷା କ୍ଷେତ୍ରକୁ ଆଧୁନିକୀକରଣ କରିବା ସରକାରଙ୍କ ଦାୟିତ୍ୱ।" କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ସେମାନେ ଭାରତକୁ ଆତ୍ମବିଶ୍ୱାସର ସହିତ ଆଲୋଚନା କରିବା ସ୍ଥିତିରେ ଛାଡି ନଥିଲେ। ୟୁପିଏ ସରକାର ସମୟରେ ଆଲୋଚନା ଆରମ୍ଭ ହେଉଥିଲା ଏବଂ ତା'ପରେ ଭାଙ୍ଗି ଯାଉଥିଲା, କିନ୍ତୁ ଲମ୍ବା ଆଲୋଚନା ସତ୍ତ୍ୱେ କୌଣସି ଠୋସ୍ ଫଳାଫଳ ମିଳିନଥିଲା।"
ଏହା ସହ ପଢନ୍ତୁ : ଭାରତ-ଫ୍ରାନ୍ସ ମିଳିତ ଭାବେ ବନାଇବେ ହେଲିକପ୍ଟର ଏବଂ ହାମର ବମ୍, ମାକ୍ରନଙ୍କ ଗସ୍ତ ସମୟରେ ହୋଇପାରେ ବଡ ଘୋଷଣା, ଭୟରେ ଛାନିଆ ପାକିସ୍ତାନ୍…