ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Mann Ki Baat; ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ଭରସା, 'କଡ଼ା ଜବାବ ଦିଆଯିବ ନ୍ୟାୟ ମିଳିବ'

Published By : Ankita S | April 27, 2025 12:06 PM

ନୂଆଦିଲ୍ଲୀ,୨୭/୦୪: ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ଦେଶବାସୀଙ୍କୁ ଦୁଃଖ ଦେଇଛି । ଏହି ହମଲାକୁ ନେଇ ଦେଶବାସୀଙ୍କ ମନରେ ଆକ୍ରୋଶ ଦେଖା ଦେଇଛି । ଏଭଳି ଘଟଣାକୁ ନେଇ ସାରା ବିଶ୍ୱରେ ସମବେଦନା ଦେଖା ଦେଇଛି । ପହଲଗାମ ପୀଡ଼ିତଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ । ଭାରତୀୟଙ୍କ ରକ୍ତ ଗମର ଅଛି ଆତଙ୍କୀକୁ କଡ଼ା ଜବାବ୍ ଦିଆଯିବ । ୧୨୧ତମ ମନ୍ କି ବାତ୍‌କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମନ୍‌ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ପହଲଗାମ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିବ । ଜମ୍ମୁକାଶ୍ମୀର ବିକାଶକୁ ସହ୍ୟ କରିପାରୁ ନାହାନ୍ତି ଆତଙ୍କବାଦୀ । ଆତଙ୍କୀଙ୍କୁ କଡା ଜବାବ ଦିଆଯିବ । ଆକ୍ରମଣକାରୀ ଏବଂ ଷଡଯନ୍ତ୍ରରେ ସାମିଲ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ । ଏକତା ହିଁ ଆମର ବଡ଼ ଶକ୍ତି । ଆତଙ୍କବାଦ ବିରୋଧରେ ସାରା ଦେଶ ଏକାଠୀ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ ସାରା ବିଶ୍ୱର ସମର୍ଥନ ମିଳିଛି । ବିଶ୍ୱ ନେତା ମୋତେ ଫେନ୍ ଓ ଚିଠି ଲେଖିଛନ୍ତି । ପହଲଗାମ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଆକ୍ରୋଶ ଦେଖା ଦେଇଛି । ଦେଶବାସୀଙ୍କ ରକ୍ତ ଗରମ ଅଛି ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ ।''

ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ରେ ଆହୁରି କହିଛନ୍ତି, ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ କାୟରତାକୁ ଦେଖାଉଥିଲା । କାଶ୍ମୀରରେ ଶାନ୍ତି ଫେରୁଥିଲା । ଲୋକତନ୍ତ୍ର ମଜବୁତ ହେଉଥିଲା । ଯୁବଗୋଷ୍ଠୀଙ୍କ ପାଇଁ ଅବସର ସୃଷ୍ଟି ହେଉଥିଲା । ନିର୍ମାଣକାର୍ଯ୍ୟରେ ଅଦ୍ଭୂତପୂର୍ବ ଗତି ଆସିଥିଲା । ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ହେଉଥିଲା । ରୋଜଗାର ବଢୁଥିଲା । ଦେଶ ଓ ଜମ୍ମୁକାଶ୍ମୀର ଶତ୍ରୁ ଏହାକୁ ସହି ପାରୁନଥିଲେ । କାଶ୍ମୀର ପୁଣି ଧ୍ୱଂସ ହୋଇଯାଆନ୍ତୁ ବୋଲି ଚାହୁଁଛନ୍ତି ଶତ୍ରୁ । ତେଣୁ ସେମାନେ ଏତେବଡ଼ ଷଡଯନ୍ତ୍ର କରିଥିଲେ । ଆତଙ୍କବାଦ ବିରୋଧରେ ୧୪୦କୋଟି ଭାରତୀୟଙ୍କ ଏକଜୁଟତା ଆମର ସୁବୁଠୁ ବଡ ଶକ୍ତି । ଏହା ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇର ଆଧାର । ଏକ ରାଷ୍ଟ୍ର ରୂପରେ ଦୃଢ ଇଚ୍ଛାଶକ୍ତି ଦେଖାଇବାକୁ ପଡିବ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.