ନୂଆଦିଲ୍ଲୀ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲେଙ୍ଗାନା ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟରେ ସେ ହାଇଦ୍ରାବାଦରେ ୯୪୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ମଞ୍ଚ ଉପରେ ଯୋଗ ଦେଇଥିଲେ। ତାଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଏପରି ବୟାନ ଦେଇଥିଲେ ଯାହା ଶୁଣିବା ପରେ ସମସ୍ତେ ହସିବାରେ ଲାଗିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି, ରାଜ୍ୟର ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଭରସା ରଖିଛନ୍ତି। କେନ୍ଦ୍ର ସରକାରଙ୍କ ସମର୍ଥନରେ, ତେଲେଙ୍ଗାନା ଆଗାମୀ ଦଶ ବର୍ଷ ମଧ୍ୟରେ ୨୦୩୪ ସୁଦ୍ଧା ୧ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହେବ। ରେଡ୍ଡୀ କହିଛନ୍ତି ଯେ ତେଲେଙ୍ଗାନା ଦେଶର ଜନସଂଖ୍ୟାର ୩ ପ୍ରତିଶତରୁ କମ୍ ବାସ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩୦ ଟ୍ରିଲିୟନ ଡଲାରର ଭାରତୀୟ ଅର୍ଥନୀତିର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ଜିଡିପିର ୧୦ ପ୍ରତିଶତ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମରେ ଗୁଜୁରାଟ ମଡେଲକୁ ଉଲ୍ଲେଖ କରି ରେବନ୍ତ ରେଡ୍ଡୀ ପରାମର୍ଶ ଦେଇଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେପରି ମୋଦିଙ୍କୁ ସାହାଯ୍ୟ କରିଥିଲେ, ସେହିପରି ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାକୁ ଆଶୀର୍ବାଦ କରିବା ଏବଂ ଏହାର ବିକାଶରେ ସାଥ୍ ଦେବା ଉଚିତ୍।

ପ୍ରଧାନମନ୍ତ୍ରୀ ମୋଦୀ, ରେଭନ୍ତ ରେଡ୍ଡିଙ୍କ ମନ୍ତବ୍ୟକୁ ସମ୍ବୋଧିତ କରି କହିଥିଲେ, ‘ଏବେ ଯେତେବେଳେ ରେଭନ୍ତ କହିଛନ୍ତି ଯେ ଆମେ ରାଜନୀତି ଉପରେ ଆଲୋଚନା କରିବୁ ନାହିଁ, ମୁଁ ମଧ୍ୟ ଏହା ଉପରେ ଆଲୋଚନା କରିବି ନାହିଁ। ପ୍ରଧାନମନ୍ତ୍ରୀ ମଜାଳିଆ ଅନ୍ଦାଜରେ ମନ୍ତବ୍ୟ ଦେଇଥିଲେ ମୁଁ ରେଭନ୍ତଙ୍କ ସହ ଅଣ-ରାଜନୈତିକ ବିଷୟ ବିଷୟରେ କଥା ହେବି ଏବଂ କହିବାକୁ ଚାହୁଁଛି, 'ମୁଁ ଆପଣଙ୍କୁ ସବୁକିଛି ଦେବାକୁ ପ୍ରସ୍ତୁତ। ଭାରତ ସରକାର ତାଙ୍କ ୧୦ ବର୍ଷର ଶାସନରେ ଗୁଜରାଟକୁ ଯାହା ଦେଇଛନ୍ତି ତାହା ମୁଁ ଆପଣଙ୍କୁ ଦେବାକୁ ପ୍ରସ୍ତୁତ। କିନ୍ତୁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଆପଣଙ୍କୁ ଯାହା ବି କିଛି ମିଳୁଛି, ତାହା ଅଧା ରହିବ। ଆପଣ ଯେଉଁଠିକୁ ପହଁଞ୍ଚିବାକୁ ଚାହୁଁଛନ୍ତି, ସେଠାରେ ପହଁଞ୍ଚି ପାରିବେନି। ତେଣୁ ଏହାଠାରୁ ଭଲ ଆପଣ ମୋ ସହିତ ଯୋଡି ହୋଇଯାଆନ୍ତୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦର ଏଚ୍ଆଇସିସରେ ତେଲଙ୍ଗାନାରେ ପ୍ରାୟ ୯୪୦୦ କୋଟି ମୂଲ୍ୟର ବିକାଶ ପ୍ରକଳ୍ପଗୁଡ଼ିକର ଭର୍ଚୁଆଲ୍ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ହାଇଦ୍ରାବାଦ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (HICC)ରେ ତେଲଙ୍ଗାନା ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା, ମୁଖ୍ୟମନ୍ତ୍ରୀ ଏ. ରେୱନ୍ତ ରେଡ୍ଡୀ, କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ ଅନ୍ୟ ଅନେକ ନେତା ଉପସ୍ଥିତ ଥିଲେ।