ଭୋପାଳ,୩୧/୦୫: ପହଲଗାମ ଆକ୍ରମଣ ସମାଜକୁ ଭାଗ ଭାଗ କରିବାକୁ ଏକ ଷଡ଼ଯନ୍ତ୍ର ଥିଲା । ଆତଙ୍କୀ ଭାରତର ନାରିଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହା ତାଙ୍କ ବିନାଶ ଆଣିଲା । ଏବେ ବିରତ୍ୱର ପ୍ରତୀକ ପାଲଟିଛି । ଆତଙ୍କବାଦ ବିରୋଧରେ ଭାରତ ଇତିହାସରେ 'ସିନ୍ଦୂର' ସବୁଠୁ ବଡ଼ ସଫଳ ଅପରେସନ୍ ଥିଲା । ମଧ୍ୟପ୍ରଦେଶ ଗସ୍ତ କରି ଏକାଧିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନାରୀଶକ୍ତିର ପ୍ରତୀକ 'ସିନ୍ଦୂର'- ଏବେ ବିତତ୍ୱର ପ୍ରତୀକ ପାଲଟିଛି 'ସିନ୍ଦୂର ' । ନାରୀଶକ୍ତିର ସାମର୍ଥ୍ୟର ପ୍ରତୀକ ହୋଇଛି 'ସିନ୍ଦୂର ' । ଆମେ ସମସ୍ତ ଜାଣିଛୁ ବିଏସ୍ଏଫର ଏହି ଅପରେସନ୍ର ଭୂମିକା ରହିଛି । ରାଜସ୍ଥାନଠୁ ନେଇ ପଞ୍ଜାବ ଯାଏ ବିଏସ୍ଏଫ୍ର ଆମ ଝିଅ ମୋର୍ଚ୍ଚା ସମ୍ଭାଳିଥିଲେ । ସେମାନେ ସୀମାପାରରୁ ହେଉଥିବା ଫୟାରିଂର ମୁହଁତୋଡ ଜବାବ୍ ଦେଇଛନ୍ତି । ସୀମାରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେମାନେ ଦେଶ ସୁରକ୍ଷାରେ ପହରା ଦେଉଛନ୍ତି । କମାଣ୍ଡଠୁ ନେଇ କଣ୍ଟ୍ରୋଲ ସେଣ୍ଟର ଯାଏ, ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବା ଯାଏ ଆମ ବିଏସ୍ଏଫ୍ ବୀର ଝିଅ ଅଦ୍ଭୂତ ଶୌର୍ଯ୍ୟ ଦେଖାଇଛନ୍ତି । ଆତଙ୍କୀ ଭାରତର ନାରିଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯାତା ତାଙ୍କ ପାଇଁ କାଳ ହେଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ଆତଙ୍କବାଦ ବିରୋଧରେ ଲଢେଇ ସରିନାହିଁ । ପହଲଗାମରେ ଆତଙ୍କୀ କେବେଳ ରକ୍ତ ବୁହାଇ ନଥିଲେ ସେମାନେ ଆମ ସଂସ୍କୃତି,ପରମ୍ପରା ଉପରେ ପ୍ରହାର କରିଥିଲେ । ଯାହାର ପ୍ରତିଶୋଧ ନେଇଛି ଭାରତ । ସେମାନଙ୍କ ଘରେ ପଶି ଆଡ୍ଡାକୁ ଛାରଖାର କରିଛୁ । ଆତଙ୍କବାଦ ବିରୋଧରେ ଲଢେଇ ଏବେ ବି ଜାରି ରହିଛି ।'
#WATCH | Bhopal, Madhya Pradesh | Prime Minister Narendra Modi says, "Operation Sindoor has also become a symbol of 'Naari Shakti'... Many women BSF soldiers were handling the front from Jammu to the Gujarat border. They gave a befitting reply to the firing from across the… pic.twitter.com/3nqfZmCOO5
— ANI (@ANI) May 31, 2025
ଏମ୍ପିରେ ପିଏମ୍ ମୋଦି- ଲୋକମାତା ଅହଲ୍ୟାବାଇଙ୍କ ୩୦୦ତମ ଜନ୍ମଜୟନ୍ତୀରେ ତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଶାସନର ପ୍ରକୃତ ଅର୍ଥ ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଉନ୍ନତି ଆଣିବା ବୋଲି ଅହଲ୍ୟାବାଇ ବିଶ୍ୱାସ କରୁଥିଲେ । ମାତୃଶକ୍ତି ବିଷୟରେ ସେ ଭାବୁଥିଲେ । ଝିଅଙ୍କ ବିକାଶ ପାଇଁ ବାଟ୍ କାଢୁଥିଲେ । ଚାଷୀଙ୍କ ରୋଜଗାର ବଢାଇବାକୁ ୩୦୦ବର୍ଷ ତଳେ କଟନ୍ ଓ ମସଲା ଚାଷକୁ ପ୍ରୋତ୍ସାହିତ କରିଥିଲେ । କେବେଳ ଧାନ, ଗହମ ନୁହେଁ ଦେଶର ଆବଶ୍ୟକତାକୁ ଧ୍ୟାନ ନେଇ ଉତ୍ପାଦ ବଢାଇବାକୁ ହେବ । ଆଜିର କାର୍ଯ୍ୟକ୍ରମ ତାଙ୍କର ସେହି ଚିନ୍ତାଧାରାକୁ ଆଗକୁ ନେଉଛି । ଆଜି ଇନ୍ଦୋରରେ ମେଟ୍ରୋ ଉଦଘାଟନ ହୋଇଛି । ଏୟାର ସର୍ଭିସରେ ଦାଟିଆ ଓ ସାତନା ଯୋଡ଼ି ହୋଇଛି । ସବୁ ପ୍ରକଳ୍ପ ମଧ୍ୟପ୍ରଦେଶରେ ବିକାଶ କରିବ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।''