ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବର କ୍ରାଉନ ପ୍ରିନ୍ସ ସଲମାନଙ୍କ ସହ କଥା ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ହୋର୍ମୁଜ ପ୍ରଣାଳୀରେ ସଙ୍କଟକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାଉଦି କ୍ରାଉନ ପ୍ରିନ୍ସଙ୍କ ସହ ହୋଇଥିବା କଥାବାର୍ତ୍ତାର ସୂଚନା ସୋସିଆଲ ମିଡ଼ିଆରେ ଦେଇଛନ୍ତି।

ସେ ଲେଖିଛନ୍ତି- ମୁଁ ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନେଇ ଭାରତର ନିନ୍ଦାକୁ ପୁନର୍ବାର ଦୋହରାଇଲି। ଏହା ବ୍ୟତୀତ ଉତ୍ତେଜନା ହ୍ରାସ କରିବା ଓ କୂଟନୀତି ମାଧ୍ୟମରେ ମାମଲାକୁ ସମାଧାନ କରିବାକୁ ଅପିଲ କରିଛି। ଆମେ ଏହି କଥା ଉପରେ ସହମତି ହେଲୁ ଯେ, ସାମୁଦ୍ରିକ ପରିବହନର ସ୍ୱାଧୀନତା ସୁନିଶ୍ଚିତ କରିବା। ଏହା ବ୍ୟତୀତ ସମୁଦ୍ର ପଥଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବରେ ଭାରତୀୟ ଲୋକଙ୍କ ଯତ୍ନ ନେବା ପାଇଁ ସାଉଦି ପ୍ରିନ୍ସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ । ସେ ଲେଖିଛନ୍ତି, ସାଉଦି ଆରବରେ ରହିଥିବା ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ପାଇଁ ତାଙ୍କର ନିରନ୍ତର ସମର୍ଥନ ଏବଂ ଚିନ୍ତା ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।

ଆହୁରି ମଧ୍ୟ ପଢନ୍ତୁ : ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି, ଆମେରିକୀୟ ଜାହାଜ ଉପରେ ଇରାନର ଆକ୍ରମଣ

କହି ରଖୁଛୁ କି , ୨୮ ଫେବ୍ରୁଆରୀରେ ଆରମ୍ଭ ହୋଇ ଥିବା , ଇରାନ, ଆମେରିକା-ଇସ୍ରାଏଲ ଯୁଦ୍ଧ ପରେ ପିଏମ୍ ମୋଦିଙ୍କ ସହ ସାଉଦି କ୍ରାଉନ୍ସ ପ୍ରିନ୍ସଙ୍କ ସହ ଏହା ୩ୟ ସାକ୍ଷାତ। ପିଏମ୍ ମୋଦି ସଂସଦରେ ମଧ୍ୟ ଏହି କଥାକୁ ଉଲ୍ଲେଖ କରିସାରିଛନ୍ତି ଯେ, ସେ ନିରନ୍ତର ପଶ୍ଚିମ ଏସିଆର ଅନେକ ନେତାଙ୍କ ସହ ସଂପର୍କରେ ଅଛନ୍ତି। ଏହା ବ୍ୟତୀତ ସେ ଭାରତର ଶକ୍ତି ଆବଶ୍ୟକତା ଓ ଏହି ସବୁ ଦେଶରେ ଥିବା ଭାରତୀୟଙ୍କର ସୁରକ୍ଷା ଉପରେ ମଧ୍ୟ ନଜର ରଖିଛନ୍ତି। ଭାରତ ନିଜର ଶକ୍ତି ଆବଶ୍ୟକତାର ଏକ ବଡ଼ ଅଂଶ ସାଉଦି ଆରବରୁ ଆମଦାନୀ କରିଥାଏ। ଏମିତି ସ୍ଥିତିରେ ଭାରତ ଓ ସାଇଦି ଆରବ ମଧ୍ୟରେ ସଂପର୍କ ଆହୁରି ଅଧିକ ହୋଇଯାଏ।

ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ପିଏମ୍ ମୋଦି ଭାରତର ଆଭିମୁଖ୍ୟ ଉପରେ ସ୍ଥିତି ରହି ଉତ୍ତେଜନାତୁ ହ୍ରାସ କରିବା ଓ ଯେତେ ଶୀଘ୍ର ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲେ।