ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆୟୁଷ୍ମାନ ଯୋଜନାର ପାର୍ଟ-୨ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ୭୦ ବର୍ଷରୁ ଉର୍ଦ୍ଧ୍ୱ ଆୟୁଷ୍ମାନରେ ହେବେ ସାମିଲ

Published By : Prameya | October 29, 2024 9:15 AM

ଭୁବନେଶ୍ୱର,୨୯/୧୦: ଓଡ଼ିଶା ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ମାଇଲଖୁଣ୍ଟ । ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଭିଡିଓ କନଫରେନ୍‌ସିଂ  ଜରିଆରେ ଏହାର ଶୁଭାରମ୍ଭ କରିବେ। ରାଜ୍ୟରେ ଆୟୁଷ୍ମାନ ଭାରତର ଉଭୟ  ପାର୍ଟ ୧ ଓ ୨ ଲାଗୁ ହେବ । 

ମଙ୍ଗଳବାର  ପ୍ରଧାନମନ୍ତ୍ରୀ ଜଟଣୀ ନିକଟରେ କେନ୍ଦ୍ରୀୟ  ଯୋଗ ଓ ନେଚରପାଥି ଗବେଷଣା  ପ୍ରତିଷ୍ଠାନର ଶିଳାନ୍ୟାସ କରିବେ ।  ଏହାଛଡ଼ା ବରଗଡ଼ରେ ପ୍ରଧାନମନ୍ତ୍ରୀ  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି  ମିଶନରେ ଜଟିଳ ରୋଗ କେନ୍ଦ୍ରର  ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।  ସ୍ଥାନୀୟ ଗୋଠପାଟଣାରେ କେନ୍ଦ୍ରୀୟ  ଡ୍ରଗସ୍‌ ପରୀକ୍ଷା ଗବେଷଣାଗାରର  ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ।  

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ  କହିଛନ୍ତି, ରାଜ୍ୟରେ ଚଳିତ ବର୍ଷ ଶେଷ  ସୁଦ୍ଧା ଆୟୁଷ୍ମାନ ଭାରତ ଲାଗୁ ହେବ ।  ତା’ ସହ ଗୋପବନ୍ଧୁ ଜନ ଆରୋଗ୍ୟ  ଯୋଜନା ସମାନ୍ତରାଳ ଭାବେ ମଧ୍ୟ  ଚାଲୁ ରହିବ । ଉଭୟ ଯୋଜନା ପାଇଁ  ହିତାଧିକାରୀଙ୍କ ପରିବାରକୁ ଗୋଟିଏ  କାର୍ଡ ମିଳିବ । ଏହି କାର୍ଡ ଜରିଆରେ  ପରିବାର ସଦସ୍ୟଙ୍କୁ ଚିକିତ୍ସା ସେବା  ମିଳିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧  କୋଟି ପରିବାରକୁ ଉଭୟ ଆୟୁଷ୍ମାନ ଓ  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ  ସାମିଲ କରାଯିବ । ସେଥିରୁ ୬୭ ଲକ୍ଷ  ପରିବାରକୁ ଆୟୁଷ୍ମାନରେ ସାମିଲ  କରାଯିବ । ୩୩ ଲକ୍ଷ ପରିବାର  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ  ସାମିଲ ହେବେ ।  

ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ  ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ  ରାଜ୍ୟର ୧ କୋଟି ପରିବାରର ୩  କୋଟି ୫୦ ଲକ୍ଷ ଲୋକ ମାଗଣା ଚିକିତ୍ସା  ସେବା ପାଇବେ । କାର୍ଡଧାରୀମାନେ  କେନ୍ଦ୍ର ସରକାରଙ୍କ ସହ ଅନୁବନ୍ଧିତ  ଦେଶର ୨୭ହଜାର ହସ୍ପିଟାଲରୁ  କ୍ୟାସଲେସ୍‌ ଚିକିତ୍ସା ସେବା ପାଇବେ ।  

ଆୟୁଷ୍ମାନ ଲାଗୁ ହେବାପରେ ମଧ୍ୟ  ମହିଳାମାନଙ୍କୁ ୧୦ଲକ୍ଷ ଟଙ୍କାର  ମାଗଣା ଚିକିତ୍ସା ସେବା ମିଳିବ । ଆୟୁଷ୍ମାନ ଭାରତ ପାର୍ଟ-୨ରେ ରାଜ୍ୟର ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କମାନେ  ଲାଭାନ୍ୱିତ ହେବେ । ଧନୀ, ଗରିବ,  ପେନସନଧାରୀ ୭୦ ବର୍ଷରୁ ଉଧ୍ୱର୍ ଯେ  କୌଣସି ବୃଦ୍ଧବୃଦ୍ଧା ଏଥିରେ ସାମିଲ  ହୋଇପାରିବେ । ବାର୍ଷିକ ୫ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମାରେ ସେମାନେ  ଉପକୃତ ହେବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର  ଜନସାଧାରଣଙ୍କୁ ନୂଆ କାର୍ଡ ବଣ୍ଟନ  କରିବାକୁ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ  ଡ. ମହାଲିଙ୍ଗ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.