ଭୁବନେଶ୍ବର, ୦୯/୦୬: ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରକୁ ୨ ବର୍ଷ । ସାମ୍ବାଦିକ ସମ୍ମିଳନୀରେ ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଣତାନ୍ତ୍ରିକ ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାରେ ରେକର୍ଡ କରିବାକୁ ଯାଉଛନ୍ତି । ଭାରତ ରାଜନୀତିର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ଇତିହାସରେ ଲିପିବଦ୍ଧ ହୋଇ ରହିବ ।  ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଦୃଢ଼ ଶାସନକୁ ୧୨ ବର୍ଷ ପୁରିଛି । କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସରେ ଓଡ଼ଶାର ପ୍ରଗତି ଶିଖର ଛୁଇଁଛି । ଗତ ୨ ବର୍ଷରେ ବିଶ୍ୱ ରାଜନୀତିକ ଅସ୍ଥିରତାର ସାମ୍ନା କରିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମୋଦିଙ୍କ ସଂକଳ୍ପ ଯୋଗୁଁ ଦେଶର ବିକାଶର ଗତି କମିନାହିଁ । କୋଭିଡ ସମୟରେ ଭ୍ୟାକ୍ସିନ ପ୍ରସ୍ତୁତ କରିବା ଓ ଅନ୍ୟ ଦେଶକୁ ସହାୟତା ବଢ଼ାଇଥିଲେ । ବିଶ୍ୱର ୫ ଦୁର୍ବଳ ଅର୍ଥିନୀତି ଭିତରେ ଗଣା ଯାଉଥିଲା କିନ୍ତୁ ଏବେ ଚିତ୍ର ଭିନ୍ନ । ଆତଙ୍କବାଦ ଆକ୍ରମଣ ସ୍ଥିତି ବଦଳିଛି ।୉ ବୈଶ୍ବିକ ସଙ୍କଟ ସତ୍ତ୍ବେ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି ।  ଦେଶର ଭିତ୍ତିଭୂମି ଏହାର ଜ୍ୱଳନ୍ତ ଉଦାହରଣ । ଆତଙ୍କବାଦୀ ଦମନ କ୍ଷେତ୍ରରେ ଭାରତ ଅପେକ୍ଷାକୃତ ସଫଳତା ହାସଲ କରିଛି ବୋଲି ମୋହନ ମାଝୀ କହିଛନ୍ତି ।

ସେ ଆହୁର ମଧ୍ୟ କହିଛନ୍ତି, ଦେଶରେ ୨୬୭ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ହେଉଛି । ସେହିଭଳି ପେଟ୍ରୋଲ ଡିଜେଲ ଉତ୍ପାଦନ ବଢିଛି । ପଶ୍ଚିମ ଏସିଆର ଏଭଳି ସ୍ଥିତି ଭିତରେ ଭାରତ ସଙ୍କଟ ଦେଇ ଗତି କରି ନାହିଁ । ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ବଡ ସଫଳତା ମିଳିଛି । ମୋଦିଙ୍କ ୧୨ ବର୍ଷ ‘ଏଜ୍ ଅଫ୍ ଅବସୋଲ୍ୟୁଟ ଟ୍ରାନ୍ସଫର୍ମସନ’ । ପୂର୍ବରୁ କେନ୍ଦ୍ର ଓ ରାଜ୍ୟର ସମ୍ବନ୍ଵୟ ଅଭାବ ଯୋଗୁଁ ଅନେକ ଯୋଜନାରୁ ଓଡ଼ିଶା ବଞ୍ଚିତ ହେଉଥିଲା । ଏବେ ଡବଲ ଇଞ୍ଜିନ ସରକାରର ପ୍ରତି ଯୋଜନାର ସୁଫଳ ମିଳିଛି । ଯୋଗାଯୋଗ ଓ ଭିତ୍ତିଭୂମି ସୁଦୃଢ଼ ହୋଇଛି । ରେଳବାଇରେ ଚାଲିତ ବର୍ଷ ୧୦  ହଜାର ୯୦୦ କୋଟି ମିଳିଛି । ୯୦ ହଜାର କୋଟିର ରେଳ ପ୍ରକଳ୍ପ ଆଗେଇ ଚାଲିଛି । ଜମି ଅଧିଗ୍ରହଣ ଠାରୁ ସବୁ ସୁବିଧା ଯୋଗେଇ ଦେଇଛନ୍ତି ରାଜ୍ୟ ସରକାର । ସାଗରମାଳା ଓ ପିଏମ ଗତି ଶକ୍ତି ବାହୁଦା ଠାରେ ସାଟେଲାଇଟ ବନ୍ଦର ପ୍ରତିଷ୍ଠା ହେଉଛି | ୨୧ ହଜାର କୋଟି ଟଙ୍କା ନିବେଶ ହେବ । କେନ୍ଦ୍ର ସରକାରଙ୍କ ସହଯୋଗ ଯୋଗୁଁ ସମ୍ଭବ । କେନ୍ଦ୍ରାପଡ଼ାରେ କ୍ୟାପଟିଭ ଜେଟି ଓ ପୁରୀରେ କ୍ରୁଜ ଟର୍ମିନାଲ ଓ ୱାଟର ୱେ ବିକାଶ କରଯାଉଛି ।

ଏହାଛଡ଼ା ଉଡ଼ାଣ ଯୋଜନାରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି । ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ହେବା ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି । ଜାତୀୟ ରାଜପଥ ପାଇଁ ୮୦ ହଜାର କୋଟି ମିଳିଛି | ୮ ହଜାର ୩୦୧ କୋଟି ବ୍ୟୟରେ କୋଷ୍ଟାଲ ହାଇୱେ ଓ ୮ ହଜାର ୩୦୦ କୋଟି ବ୍ୟୟରେ କ୍ୟାପିଟାଲ ରିଜିଅନ ରୋଡ ହେଉଛି । BCPPER ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଅନୁମୋଦନ କରୁଛନ୍ତି । ଅନ୍ୟପଟେ ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇଛି । ଅନେକ ବିକାଶ ମୂଳକ କାମ ଆଗଉଛି । ପିଏମ କିସାନ ଯୋଜନାରେ ୨୯ ଲକ୍ଷ ହିତାଧିକାରୀରୁ ଏବେ ୩୪ ଲକ୍ଷ୍ୟରୁ ଅଧିକ ହିତାଧିକାରୀ ପାଉଛନ୍ତି । ରାଜ୍ୟରେ ଯେତେ ଚିନିକଳ, ସୂତାକଳ ବନ୍ଦ ହୋଇ ରହିଥିଲା, କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଏବେ ବରଗଡ଼ ଓ ବଡ଼ମ୍ବା ଚିନିକଳ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପିଏମ ମାତୃ ବନ୍ଦନା ଯୋଜନାରେ ପୁଅ ଜନ୍ମ କ୍ଷେତ୍ରରେ ୧୦ ହଜାର ଓ ଝିଅ ଜନ୍ମ କ୍ଷେତ୍ରରେ ୧୨ ହଜାର ଦିଆଯାଉଛି | ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ରେକର୍ଡ ସୃଷ୍ଟି କରିଛି । ଏହା ୨୫ ଲକ୍ଷ ଟାର୍ଗେଟ ପୂରଣ ହେବ ନେଇ  ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା କ୍ଷେତ୍ରରେ ଆଦିବାସୀ ଅଞ୍ଚଳକୁ ଫୋକସ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।...