ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୁରକ୍ଷା ବ୍ୟବସ୍ଥା ଠାରୁ ସୋସିଆଲ ମିଡିଆ ଆକାଉଣ୍ଟ ଯାଏଁ... ଅନ୍ତର୍ଜାତୀୟ ମହିଳା ଦିବସରେ 'ନାରୀ ଶକ୍ତି'ଙ୍କୁ ଦାୟିତ୍ଵ ଦେଲେ ପ୍ରଧାନମନ୍ତ୍ରୀ

Published By : Rasmita Pradhan | March 8, 2025 12:28 PM

ନୂଆଦିଲ୍ଲୀ, ୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଦେଶର ସଫଳ ମହିଳାମାନଙ୍କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ 'ଏକ୍ସ' ହ୍ୟାଣ୍ଡେଲ କରିବାକୁ ସୁଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବା ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କର ଆକାଉଣ୍ଟ ସମ୍ଭାଳିବାକୁ ଦାୟିତ୍ଵ ଦେଇଛନ୍ତି। ଏହି କ୍ରମରେ ଓଡ଼ିଶାର ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନିଙ୍କୁ ସୁଯୋଗ ମିଳିଛି। ପିଏମ୍‌ଙ୍କ ଆକାଉଣ୍ଟରୁ ସେମାନେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି।  

ଏଲିନା ମିଶ୍ର ଏବଂ ଶିଳ୍ପୀ ସୋନି ଲେଖିଛନ୍ତି ଯେ, ଭାରତ ହେଉଛି ବିଜ୍ଞାନ ପାଇଁ "ସବୁଠୁ ଜୀବନ୍ତ ସ୍ଥାନ"। ଅଧିକରୁ ଅଧିକ ମହିଳା ଏହାକୁ ଗ୍ରହଣ କରିପାରିବେ। "ଆମେ ଦୁହେଁ, ଏଲିନା ଏବଂ ଶିଳ୍ପୀ, ଆମ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ସୁଯୋଗ ଖୋଲିଥିବା ଦେଖୁଛୁ। ଭାରତରେ ପରମାଣୁ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏତେ ସୁଯୋଗ ମିଳିବ ବୋଲି କେବେ କଳ୍ପନା କରିନଥିଲୁ। ସେହିପରି, ମହାକାଶ ଜଗତରେ ମହିଳା ଏବଂ ଘରୋଇ କ୍ଷେତ୍ରର ବୃଦ୍ଧି ପାଉଥିବା ଅଂଶଗ୍ରହଣ ଭାରତକୁ ନବସୃଜନ ଏବଂ ଅଭିବୃଦ୍ଧି ପାଇଁ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ମଧ୍ୟରୁ ଗୋଟିଏ। ଭାରତୀୟ ମହିଳାମାନଙ୍କ ପାଖରେ ନିଶ୍ଚିତ ଭାବରେ ପ୍ରତିଭା ଅଛି ଏବଂ ଭାରତ ପାଖରେ ନିଶ୍ଚିତ ଭାବରେ ସଠିକ୍ ମଞ୍ଚ ଅଛି।"

ସେହିପରି ଚେସ୍ ଖେଳାଳି ବୈଶାଳୀ ରମେଶବାବୁଙ୍କୁ ମଧ୍ୟ ସୁଯୋଗ ମିଳିଛି। ସେ ଲେଖିଛନ୍ତି ଯେ, "ବଣକ୍କମ୍ ! ମୁଁ ବୈଶାଳୀ। ମହିଳା ଦିବସରେ ଆମ ପ୍ରଧାନମନ୍ତ୍ରୀ ମୋତେ ତାଙ୍କର ଏକ୍ସ ହ୍ୟାଣ୍ଡେଲ କରିବାକୁ ଦେଇଥିବାରୁ ମୁଁ ବହୁତ ଖୁସି। ଆପଣମାନେ ଜାଣିଥିବେ ଯେ, ମୁଁ ଚେସ୍ ଖେଳୁଛି। ମୋ ଦେଶ ପାଇଁ ମୋତେ ଖେଳିବାକୁ ସୁଯୋଗ ମିଳୁଥିବାରୁ ମୁଁ ଗର୍ବିତ।"  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.