ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୩ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ କେତେ ? ଜାଣନ୍ତୁ ପୁରା ଲିଷ୍ଟ

Published By : Ankita S | March 21, 2025 10:59 AM

ନୂଆଦିଲ୍ଲୀ,୨୧/୦୩ : ସଂସଦରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତରେ ୨୨ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ୨୦୨୨ରୁ ୨୦୨୪ ମଧ୍ୟରେ ପିଏମ୍ ମୋଦି ୩୮ଟି ବିଦେଶ ଗସ୍ତ କରିଛନ୍ତି । ଯେଉଁଥିରେ ମୋଟ୍ ୨୫୮ ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ସୁରକ୍ଷା, ହୋଟେଲ ଓ ଅନ୍ୟାନ ଖର୍ଚ୍ଚ ରହିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭାରେ ତଥ୍ୟ ପ୍ରଦାନ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ।

୩୮ ବିଦେଶ ଗସ୍ତରେ ୨୫୮ କୋଟି ଖର୍ଚ୍ଚ- ପିଏମ ମୋଦି ୨୦୨୨ରେ ଜର୍ମାନୀ ଗସ୍ତରୁ ନେଇ ୨୦୨୪ରେ କୁଏତ ଗସ୍ତ ଯାଏ ୩୮ଟି ବିଦେଶ ଗସ୍ତ କରିଛନ୍ତି । ଏହି ସମସ୍ତ ଗସ୍ତର ଖର୍ଚ୍ଚ ମୋଟ ୨୫୮ କୋଟି ଟଙ୍କା ରହିଛି । ଏଥିରେ ହୋଟେଲରେ ରହିବା, ସାମୁଦାୟିକ ସ୍ବାଗତ, ପରିବହନ ଏବଂ ଅନ୍ୟ ସମ୍ବନ୍ଧିତ ଖର୍ଚ୍ଚ ସାମିଲ ଅଛି । ଏହା ସହିତ ସୁରକ୍ଷା ଏବଂ ମିଡିଆ ପ୍ରତିନିଧି ମଣ୍ଡଳୀଙ୍କ ଉପରେ ମଧ୍ୟ ଖର୍ଚ୍ଚ ସାମିଲ ଅଛି । ମେ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତ କରିଥିଲେ । ଏଥିରେ ପାଖାପାଖି ୧୭, ୧୯, ୩୩, ୩୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୨ରେ ନେପାଳ ଯାତ୍ରା ବାବଦରେ ୮୦, ୦୧, ୪୮୩ ଟଙ୍କା ଖର୍ଚ୍ଚ ହୋଇଥିଲା । 

୨୦୨୨ରେ ଡେନମାର୍କ, ଫ୍ରାନ୍ସ, ୟୁଏଇ, ଉଜବେକିସ୍ତାନ ଓ ଇଣ୍ଡୋନେସିଆ ଗସ୍ତ କରିଥିଲେ। ୨୦୨୩ ବିଦେଶ ଯାତ୍ରାରେ ଅଷ୍ଟ୍ରେଲିଆ, ମିଶ୍ରୀ, ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ସାମିଲ ଅଛି । ୨୦୨୪ରେ ମୋଦିଙ୍କ ପୋଲାଣ୍ଡ ଗସ୍ତରେ ୧୦, ୧୦, ୧୮, ୬୮୬ ଖର୍ଚ୍ଚ ହୋଇଥିଲା । ୟୁକ୍ରେନ ଗସ୍ତରେ ୨, ୫୨, ୦୧, ୧୬୯, ଋଷ ଗସ୍ତରେ  ୫, ୩୪, ୭,୭୨୬ ଇଟାଲୀ ୧୪, ୩୬,୫୫, ୨୮୬, ବ୍ରାଜିଲ ଗସ୍ତରେ ୫,୫୧, ୮୬, ୫୯୨ ଏବଂ ଗୁୟାନ ଗସ୍ତରେ ୫, ୪୫, ୯୧, ୪୯୫ ଟଙ୍କା ଖର୍ଚ୍ଚ ହୋଇଛି ।

ଏହା ବି ପଢନ୍ତୁ...ରାହୁଲଙ୍କୁ ଦେଶଭକ୍ତ କହିଲା GROK; ଟେନସନରେ ମୋଦି ସରକାର ! ଜାଣନ୍ତୁ RSSକୁ କ'ଣ କହିଦେଲା ?

ମୋଦିଙ୍କ ୨୦୨୩ ଆମେରିକା ଗସ୍ତ ଖର୍ଚ୍ଚ ୨୨ କୋଟି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୩ ଆମେରିକା ଗସ୍ତ ନିମନ୍ତେ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ  ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ୩୮ଟି ବିଦେଶ ଗସ୍ତର ଖର୍ଚ୍ଚ ବିବରଣୀ ଦିଆଯାଇଛି । ଜୁନ ୨୦୨୩ରେ ଆମେରିକା ଗସ୍ତରେ ୨୨ କୋଟି  ୮୯ ଲକ୍ଷ  ୮୬ ହଜାର  ୫୦୯ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୨୪ ଆମେରିକା ଗସ୍ତରେ ୧୫ କୋଟି ୩୩ ଲକ୍ଷ ୭୬ ହଜାର ୩୪୮ ଟଙ୍କା ଖର୍ଚ୍ଚ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.