ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାହୁଲଙ୍କୁ ଦେଶଭକ୍ତ କହିଲା GROK; କିନ୍ତୁ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା କମ୍, ଜାଣନ୍ତୁ RSSକୁ କ'ଣ କହିଦେଲା ?

Published By : Ankita S | March 21, 2025 10:03 AM

ନୂଆଦିଲ୍ଲୀ,୨୧/୦୩ : ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ର ମାଲିକ ତଥା ଆମେରିକୀୟ ଅରବପତି ଏଲନ୍ ମସ୍କଙ୍କ ଏଆଇ ଚାର୍ଟବଟ 'ଗ୍ରୋକ୍' ଏବେ ଚର୍ଚ୍ଚାରେ । ରାଗିଲେ ରାଗୁଛି ଗାଳି ଦେଲେ ଗାଳି ଦେଉଛି 'ଗ୍ରୋକ୍' । ସୋସିଆଲ ମିଡିଆରେ କିଛି ପ୍ରଶ୍ନରେ ଜବାବକୁ ନେଇ ବିବାଦ ଘେରକୁ ଆସିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଟୁଲ  'ଗ୍ରୋକ୍ ' । ନିକଟରେ ରାହୁଲ ଗାନ୍ଧୀ ଓ ଆରଏସଏସକୁ ନେଇ 'ଗ୍ରୋକ୍ ' ଦେଇଥିବା ଜବାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାହୁଲ ଗାନ୍ଧୀଙ୍କୁ  'ଗ୍ରୋକ୍ ' ଦେଶଭକ୍ତ ବୋଲି କହିଛି ଯାହାକୁ ନେଇ ବଢିଛି ବିରୋଧୀଙ୍କ ଚିନ୍ତା ।

'ଗ୍ରୋକ୍ 'କୁ ରାହୁଲ ଗାନ୍ଧୀଙ୍କୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା । ସେ ରାହୁଲଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲା । ରାହୁଲଙ୍କୁ ଦେଶଭକ୍ତ ବୋଲି କହିଥିଲା । ବର୍ତ୍ତମାନ ଭାରତର ସବୁଠୁ ଭଲ ରାଜନେତା କିଏ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ 'ଗ୍ରୋକ୍ ' ରାହୁଲଙ୍କ ନାମ ନେଇଥିଲା । କ'ଣ ରାହୁଲ ଗାନ୍ଧୀ ଭାରତ ବିରୋଧୀ କି ? ପ୍ରଶ୍ନର ଉତ୍ତରରେ 'ଗ୍ରୋକ୍ ' ରାହୁଲଙ୍କୁ ଦେଶଭକ୍ତ ବୋଲି କହିଥିଲା । କ'ଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ? ଉତ୍ତରରେ ଗ୍ରୋକ୍ କହିଥିଲା ସମ୍ଭାବନା ବହୁତ କମ୍ । ଗ୍ରୋକ୍ ରାହୁଲଙ୍କୁ ପ୍ରଶଂସା କରିବା ବିରୋଧୀଙ୍କ ଟେନସନ ବଢାଇଛି । ଆଉ ଆରଏସଏସ ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ  'ଗ୍ରୋକ୍ ' ସଫା ସଫା କହି ଦେଇଥିଲା କି ସ୍ବାଧୀନତା ଆନ୍ଦୋଳନରେ ଆରଏସଏସର କୌଣସି ଭୂମିକା ନାହିଁ ।

ଅଧିକ ପଢନ୍ତୁ...ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଖଲ କଲା ଏଲନ ମସ୍କଙ୍କ କମ୍ପାନୀ X, ଜାଣନ୍ତୁ ମାମଲା…

ତେଜପ୍ରତାପଙ୍କୁ ଗାଳି ଦେଲା- 'ଗ୍ରୋକ୍ ' ଯେ କୌଣସି ପ୍ରଶ୍ନର ଜବାବ ଦେବାରେ ମାହିର । ଏମିତି କି ଏହା ଅପଶଦ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ କ୍ଷେତ୍ରରେ କିଛି ଏଭଳି ଘଟଣା ଘଟିଛି । ତେଜପ୍ରତାପ ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ହୋଲି ଶୁଭେଚ୍ଛା ଜଣାଇଥିଲେ । କେହି ଜଣେ ଏହି ମେସେଜକୁ ନେଇ 'ଗ୍ରୋକ୍ ' ଏଆଇକୁ ଟ୍ୟାଗ କରି ଦେଇଥିଲେ । 'ଗ୍ରୋକ୍ ' ଏହା ଉପରେ ଯେଉଁ ଜବାବ ଦେଇଥିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିରେ ଗ୍ରୋକ୍ ଗାଳି ଦେଇଥିବା ଅଭିଯୋଗ କରି ଆଇଟି ମନ୍ତ୍ରଣାଳୟ ତଦନ୍ତ ଦାବି କରିଛି ଆରଜେଡି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.