ନୂଆଦିଲ୍ଲୀ,୭।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମାଲେସିଆ ଗସ୍ତରେ ଯାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦୁଇ ଦିନିଆ ଗସ୍ତରେ ରାଜଧାନୀ କୁଆଲାଲମ୍ପୁରରେ ପହଞ୍ଚିଛନ୍ତି। ଏହି ଗସ୍ତ ଆରମ୍ଭରୁ ହିଁ ରାଜନୈତିକ ଶିଷ୍ଟାଚାରର ଏକ ଝଲକ ଦେଖିବାକୁ ମିଳିଛି। ଯାହାଫଳରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି। ଗସ୍ତ ସମୟରେ ଆଜି ପିଏମ୍ ମୋଦି ମାଲେସିଆରେ ଥିବା ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଭାରତ ପାଇଁ ମାଲେସିଆର ଭଲ ପାଇବା ଓ ସମ୍ମାନ ରହିଛି। ଏଭଳି ସ୍ବାଗତ ଭାରତ ମନେ ରଖିବ।
ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ମୁଁ ଗତ ବର୍ଷ ଆସିଆନ୍ ସମ୍ମିଳନୀରେ ଯୋଗ ଦେବାକୁ ମାଲେସିଆ ଆସିପାରି ନଥିଲି। କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ଶୀଘ୍ର ମାଲେସିଆ ଗସ୍ତ କରିବି, ପ୍ରତିଶ୍ରୁତି ଅନୁଯାୟୀ, ମୁଁ ଏଠାରେ ଅଛି। ଏହା ୨୦୨୬ ର ମୋର ପ୍ରଥମ ବିଦେଶ ଗସ୍ତ। ମାଲେସିଆ ଭାରତ ପ୍ରତି ଭଲ ପାଇବା ଦେଖାଇଛି। ଭାରତ ଏପରି ସ୍ୱାଗତକୁ ମନେ ରଖିବ। ମାଲେସିଆରେ ଭାରତୀୟ ସଙ୍ଗୀତ ଏବଂ ସିନେମା ଲୋକପ୍ରିୟ। ମାଲେସିଆର ୫୦୦ ସ୍କୁଲରେ ଭାରତୀୟ ଭାଷା ଶିକ୍ଷା ଦିଆଯାଏ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି।’
ଉଲ୍ଲେଖନୀୟ ଯେ, ସାଧାରଣ ପ୍ରୋଟୋକଲ୍ ଅନୁସାରେ,ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କ ସ୍ବାଗତ ନିର୍ଦ୍ଧାରିତ ମନ୍ତ୍ରୀଙ୍କ ଦ୍ବାରା କରାଯାଇଥାଏ,କିନ୍ତୁ ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍ ସବୁ ପରମ୍ପରାକୁ ପଛରେ ପକାଇ ନିଜେ ବିମାନ ବନ୍ଦରରେ ପହଁଞ୍ଚି ମୋଦିଙ୍କୁ ସ୍ବାଗତ କରିଥିଲେ। କୁଆଲାଲମ୍ପୁର ଏୟାରପୋର୍ଟରେ ଯେତେବେଳେ ପିଏମ୍ ମୋଦି ଓହ୍ଲାଇଥିଲେ ସେଠାରେ ‘ମୋଦି ମୋଦି...’ ନାରା ଶୁଣିବାକୁ ମିଳିଥିଲା। ମାଲେସିଆ ପିଏମ୍ ଅନଓ୍ବର ଇବ୍ରାହିମ୍ ଅତି ଭବ୍ୟ ଭାବରେ ପିଏମ୍ ମୋଦିଙ୍କୁ ସ୍ବାଗତ କରିଥିଲେ। ପ୍ରଥମେ ଆଲିଙ୍ଗନ କରିବା ସହ ତାଙ୍କର ହାଲଚାଲ୍ ପଚାରି ବୁଝିଥିଲେ। ଏହାପରେ ଦୁଇ ଶୀର୍ଷ ନେତା ଏୟାରପୋର୍ଟରୁ ଏକ ବ୍ୟକ୍ତିଗତ କାରରେ ଯାତ୍ରା କରି ନିଜର କାର୍ଯ୍ୟକ୍ରମ ସ୍ଥଳରେ ପହଁଞ୍ଚିଥିଲେ।
Landed in Kuala Lumpur.
— Narendra Modi (@narendramodi) February 7, 2026
Deeply touched by the warm welcome extended by my friend, Prime Minister Anwar Ibrahim at the airport. I look forward to our conversations and to further strengthening the bonds of friendship between India and Malaysia.@anwaribrahim pic.twitter.com/z3NLyv4QGW
ମାଲେସିଆ ପହଁଞ୍ଚିବା ପରେ ପିଏମ୍ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଭାବନାକୁ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି କୁଆଲାଲମ୍ପୁର ପହଁଞ୍ଚିଗଲି। ମୋର ମିତ୍ର ପ୍ରଧାନମନ୍ତ୍ରୀ ଅନଓ୍ବନ ଇବ୍ରାହିମଙ୍କ ଦ୍ବାରା ବିମାନ ବନ୍ଦରରେ କରାଯାଇଥିବା ହାର୍ଦ୍ଧିକ ସ୍ବାଗତରେ ମୁଁ ଅତ୍ୟନ୍ତ ଖୁସି। ମୁଁ ଆପଣଙ୍କ ସହ କଥା ହୋଇ ଭାରତ ଓ ମାଲେସିଆ ଭିତରେ ମିତ୍ରତାର ବନ୍ଧନକୁ ଆହୁରି ମଜବୁତ କରିବାକୁ ଉତ୍ସୁକ ରହିଛି। ଏହା ପିଏମ୍ ମୋଦିଙ୍କ ତୃତୀୟ ମାଲେସିଆ ଗସ୍ତ। ମାଲେସିଆକୁ ସବୁବେଳେ ‘ମିନି ଇଣ୍ଡିଆ’ ମଧ୍ୟ କୁହାଯାଏ। କାରଣ ଏଠାରେ ୩୦ ଲକ୍ଷ ଭାରତୀୟ ରୁହନ୍ତି,ଯାହାକି ସେଠାର ମୋଟ ଜନସଂଖ୍ୟାର ୯%।
ଆହୁରି ପଢନ୍ତୁ :୨୦୦ ବର୍ଷ ପୁରୁଣା ମନ୍ଦିର ଜଳି ହୋଇଗଲା ପାଉଁଶ, ମୂର୍ତ୍ତି ମଧ୍ୟ କ୍ଷତିଗ୍ରସ୍ତ