ସୁଲତାନପୁର - ଉତ୍ତର ପ୍ରଦେଶର ସୁଲତାନପୁରର କୋତୱାଲି ଦେହାତ ଥାନା ଅନ୍ତର୍ଗତ ମେହରବାନ ଆଡିହ ଗାଁରେ , ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଜଣେ ବିବାହିତ ମହିଳାଙ୍କ ପ୍ରତି କରାଯାଇ ଥିବା ନିଷ୍ଠୁର କାର୍ଯ୍ୟର ଏକ ମାମଲା ସାମ୍ନାକୁ ଆସିଛି। ପୀଡିତା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ତାଙ୍କୁ ମାଡ଼ ମାରିବା, ହାତ ଗୋଡ଼ ବାନ୍ଧି କ୍ଷେତରେ ଫିଙ୍ଗି ଦେବା ଭଳି ଗୁରୁତର ଅଭିଯୋଗ କରିଛନ୍ତି। ପାଟ୍ରୋଲିଂରେ ଥିବା ୧୧୨ ପିଆରଭି କର୍ମଚାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମହିଳାଙ୍କ ଜୀବନ ରକ୍ଷା ହୋଇଛି। ପୀଡିତାଙ୍କ ଅଭିଯୋଗ ଆଧାରରେ, ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହାସହ ମଧ୍ୟ ପଢନ୍ତୁ : ମିଶନ ଶକ୍ତି ବାରଣ୍ଡାରେ ହୋଟେଲ କର୍ମଚାରୀଙ୍କୁ ହତ୍ୟା, ଘଟଣାସ୍ଥଳରେ ପୁଲିସର ଛାନଭିନ

ଆରଡିହ ଗ୍ରାମର ବାସିନ୍ଦା ଜଗତ ନାରାୟଣ ଯାଦବଙ୍କ ପତ୍ନୀ ନେହା ଯାଦବ , କୋତୱାଲି ଦେହାତ ଥାନାରେ ଦାଏର ଅଭିଯୋଗରେ କହିଛନ୍ତି ଯେ, ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ସମୟରେ, ତାଙ୍କ ସ୍ୱାମୀ ଜଗତନାରାୟଣ ଯାଦବ, ଭାଉଜ ନୀଲମ ନୀଲମ ଯାଦବ(ସତ୍ୟନାରାୟଣଙ୍କ ପତ୍ନୀ) ଏବଂ ନଣନ୍ଦ ବିଜୟ ଲକ୍ଷ୍ମୀ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରି ଥିଲେ।

ଅଭିଯୋଗ ମୁତାବିକ , ଏହି ତିନି ଜଣ ତାଙ୍କୁ ଜୋରଜବରଦସ୍ତ ଏକ କ୍ଷେତକୁ ନେଇ ଯାଇ ଥିଲେ, ଯେଉଁଠାରେ ସେମାନେ ତାଙ୍କୁ ହାତ ଏବଂ ଗୋଡ଼ରେ ପିଟି ଥିଲେଏବଂ ତାଙ୍କ ଗଳା ଓ ମୁହଁ ଚିପି ହତ୍ୟା କରିବାକୁ ଚେଷ୍ଟା କରି ଥିଲେ। ପୀଡିତାଙ୍କ କହିବାନୁସାରେ – ଏହି ସମୟରେ ସେହି ବାଟ ଦେଇ ଏକ ୧୧୨ ପିଆରଭି ଗାଡ଼ି ପାଟ୍ରୋଲିଂ କରୁଥିଲା।

ପୁଲିସ ଗାଡ଼ିର ଲାଇଟ୍ ଦେଖି ଅଭିଯୁକ୍ତମାନେ ତାଙ୍କୁ ଅଧା ମୃତ ଅବସ୍ଥାରେ ଛାଡ଼ି ପଳାଇ ଥିଲେ। ଏହାପରେ ନେହା ଖୁବ୍ ଜୋରରେ ଚିତ୍କାର କରିବାରୁ ପିଆରଭି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଜୀବନ ବଞ୍ଚାଇ ଥିଲା। ନେହା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶ୍ୱଶୁର ରାମ ଆଛେଭର ଏବଂ ନଣଦେଇ ଧୀରଜ ଯାଦବ ମଧ୍ୟ ଅନ୍ୟ ପରିବାର ସଦସ୍ୟଙ୍କ ସହ ମିଶି ତାଙ୍କୁ ପ୍ରତିଦିନ ହଇରାଣ କରନ୍ତି ଏବଂ ହତ୍ୟା ଧମକ ଦିଅନ୍ତି ।

ପୀଡ଼ିତାଙ୍କ କହିବାନୁସାରେ ,ବାହାଘରରେ ଦିଆଯାଇ ଥିବା ଯୌତୁକ ପରେ ମଧ୍ୟ ବାପ ଘରୁ ଆଉ ଥରେ ଗାଡ଼ି ଦିଆ ଗଲା, ଏହା ସତ୍ତ୍ୱେ ଯୌତୁକର ଦାବି ଲଗାତାର କରାଯାଉ ଥିଲା। ପୀଡ଼ିତାଙ୍କ ଏତଲା ପରେ ପୁଲିସ ସ୍ୱାମୀ , ତାଙ୍କ ବଡ଼ ଭାଇ ଓ ଭାଉଜ , ନଣଦ , ନଣଦେଇ ଏବଂ ଶ୍ୱଶୂରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏନେଇ ଯାଞ୍ଚ ଚଳେଇଛି।