ପ୍ରମୂଖ ଖବର
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ପୁଲିସ ଉପରେ ବୁଲିଲା ଖଣ୍ଡା : କନେଷ୍ଟବଳ ,ହୋମଗାର୍ଡ ଗୁରୁତର, ଦୁଇ ଗିରଫ

Published By : Bijay Swain | May 31, 2025 11:05 PM

ପାଟଣାଗଡ, ୩୧/୫(ଆପ୍ର): ପାଟଣାଗଡ଼ ଥାନା ବ୍ଳକ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଅଭିଯୁକ୍ତ ପୁଲିସ ଉପରକୁ ଖଣ୍ଡା ଓ ଫାର୍ସା ବୁଲାଇ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପାଟଣାଗଡ଼ ଥାନା ବ୍ରାହ୍ମପୁରାର ମନୋଜ କୁମାର ସାହୁ ଓ ଉକ୍ତ ଥାନା ଅନ୍ତର୍ଗତ ବାଲିପଟା ଗାଁର ଉମାକାନ୍ତ ମାଝୀ। ଏଥି ସହ ପୁଲିସ ସେମାନେ ବ୍ୟବହାର କରିଥିବା ଖଣ୍ଡା, ଫାର୍ସା, ବାଇକ୍ ଏବଂ ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତ ଦ୍ୱୟଙ୍କ ଖଣ୍ଡା ଓ ଫାର୍ସାର ଶିକାର ହୋଇ କନେଷ୍ଟବଳ ଏ ଦେବାଶିଷ ଏବଂ ହୋମଗାର୍ଡ ନିରଞ୍ଜନ ସାହୁ ଗୁରୁତର ହୋଇ ପାଟଣାଗଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

ପ୍ରକାଶ ଯେ, ଅଭିଯୁକ୍ତ ଦ୍ୱୟ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଭୋଜିଭାତ ଖାଇ ବ୍ଳକ ଛକରେ ନିଶାଗ୍ରସ୍ତ ଅବସ୍ଥା ଏକ ବାଇକ୍ ଯୋଗେ ବୁଲୁଥିଲେ। ସେହି ସ୍ଥାନରେ ରାତ୍ରିକାଳିନ ଡ୍ୟୁଟିରେ ଥିବା କନେଷ୍ଟବଳ ଦେବାଶିଷ ଓ ହୋମଗାର୍ଡ ସାହୁ ସେମାନଙ୍କୁ ଅଟକାଇ ଏତେ ରାତିରେ କାହିଁକି ବୁଲାବୁଲି କରୁଛ ବୋଲି ପଚରାଉଚରା କରିଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଯୁବକ ଦ୍ଵୟ ରାଗିଯାଇ ବାଇକ୍ ଭିତରେ ରଖିଥିବା ଖଣ୍ଡା ଓ ଫାର୍ସା ବାହାର କରି  କନେଷ୍ଟବଳ ଓ ହୋମେଗର୍ଡଙ୍କ ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ   କନେଷ୍ଟବଳଙ୍କ ଡାହାଣ ହାତ ଓ ଗୋଡରେ ଖଣ୍ଡା ଚୋଟ ପଡିଥିବା ବେଳେ ହୋମଗାର୍ଡଙ୍କ ଉଭୟ ହାତରେ ଫାର୍ସା ଚୋଟ ବାଜିଥିଲା। 

ଏହାପରେ ଉଭୟେ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ୍ ର ଅନ୍ୟ କର୍ମଚାରୀମାନେ ଆସି ଅଭିଯୁକ୍ତ ଦ୍ୱୟକୁ କାବୁ କରିବା ସହ ସେମାନେ ବ୍ୟବହାର କରିଥିବା ଖଣ୍ଡା, ଫାର୍ସା, ବାଇକ ସହ ମୋବାଇଲ ଫୋନ ଜବତ କରି ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାଙ୍କ ନାମରେ ବିଏନଏସ ଓ ଆର୍ମସ ଭଳି ଦଫା ଲଗାଇ ଆଜି ମଧ୍ୟାହ୍ନ ସମୟରେ ଅଭିଯୁକ୍ତଦ୍ୱୟକୁ କୋର୍ଟ ଚାଲାଣ କରାଯାଇଥିଲା। କୋଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ଏସଆଇ ବିଶ୍ୱରଞ୍ଜନ ମହାନ୍ତିଙ୍କ ଠାରୁ ଜଣାପଡ଼ିଛି। ଅପରପକ୍ଷରେ କନେଷ୍ଟବଲ୍ ଏବଂ ହୋମଗାର୍ଡଙ୍କ ଅବସ୍ଥା ସ୍ଥିରଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଥିବା ବେଳେ ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ ଜାରିରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.