ଭୁବନେଶ୍ୱର,୦୮/୧୧: ଅପରାଧ ଓ ଅପରାଧୀ ଦମନ ପାଇଁ ନୂଆ ପଦକ୍ଷେପ ନେଲା କମିଶନରେଟ ପୋଲିସ । ରାଜଧାନୀରେ ପ୍ରଥମ କରି ଆରମ୍ଭ ହେଲା ପୋଲିସ କନ୍ଭଏ ପାଟ୍ରୋଲିଂ। ସାଇରନ୍ ମାରିବା ସହ କାର୍କେଡ୍ କରି ବୁଲିଲା ପୋଲିସ କନ୍ଭଏ ପାଟ୍ରୋଲିଂ ଟିମ୍ । ଉଭୟ ଥାନା କର୍ମଚାରୀ ଏବଂ ପୋଲିସ କନ୍ଭଏ ପାଟ୍ରୋଲିଂ ଟିମ୍ କଲେ ରାଜରାସ୍ତା ଓ ଗଳିକନ୍ଦିରେ ପାଟ୍ରୋଲିଂ ।
କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ୍ ମାଧ୍ୟମରେ ପ୍ରଥମ କରି ନାଇଟ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ରାଜଧାନୀରେ ରାତି ଅଧିଆ ଘଟୁଥିବା ଛୋଟବଡ଼ ଅପରାଧକୁ ରୋକିବା ପାଇଁ ନୂଆ କରି ନିଆ ଯାଇଛି ପଦକ୍ଷେପ । ପୂର୍ବରୁ ପିସିଆର୍ ଏବଂ ଥାନା ପକ୍ଷରୁ ନାଇଟ ପାଟ୍ରୋଲିଂ ହେଉଥିବା ବେଳେ ଭୁବନେଶ୍ଵର ଡିସିପିଙ୍କ ନିର୍ଦ୍ଦେଶରେ ଏଥିର ପୋଲିସ କନ୍ଭଏ ପାଟ୍ରୋଲିଂ ଟିମ୍କୁ ନିୟୋଜିତ କରାଯାଇଛି । ଗୁରୁବାର ବଡଗଡ, ଲକ୍ଷ୍ମୀସାଗର, ଖାରବେଳନଗର ଏବଂ ଖଣ୍ଡଗିରି ଥାନା ଅଞ୍ଚଳରେ ପାଟ୍ରୋଲିଂ ହୋଇଥିବା ବେଳେ ଭରତପୁର, ତମାଣ୍ଡ, ଚନ୍ଦକା ଏବଂ ଇନ୍ଫୋସିଟି ଥାନା ଅଞ୍ଚଳକୁ ଯାଇ ସେଠାକାର ଥାନା କର୍ମଚାରୀଙ୍କ ସହ ମିଶି କରିଛନ୍ତି ମାରାଥନ୍ ପାଟ୍ରୋଲିଂ ।