ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରତାରଣା ଶିକାର ଯୁବତୀକୁ ନ୍ୟାୟ ଦେବାରେ ପୋଲିସ ବିଫଳ, ମୁଖ୍ୟମନ୍ତ୍ରୀଙ୍କୁ କରିବେ ଅଭିଯୋଗ

Published By : Harapriya Sethi | November 9, 2024 2:49 PM

ସାଲେପୁର, ୦୯/୧୧: ପ୍ରତାରଣାର ଶିକାର ଯୁବତୀକୁ ନ୍ୟାୟ ପ୍ରଦାନ କରିବାରେ କଟକ ଜିଲ୍ଲା କିଶନ ନଗର ପୋଲିସ ବିଫଳ ହୋଇଛି । ଯୁବତୀ ଜଣକ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିବା ପରେ କିଶନ ନଗର ପୋଲିସ ରଖିଲା ଅଭିଯୋଗ । ଯୁବତୀ ଜଣକ କଟକ ଜିଲ୍ଲା କିଶନ ନଗର ଥାନା ଅଧିନସ୍ତ ଯସପଡା ଅଞ୍ଚଳର ହୋଇଥିବା ବେଳେ କଟକ ଜିଲ୍ଲା କିଶନ ନଗର ଥାନାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଯସପଡା ଅଞ୍ଚଳର ଜଣେ ଯୁବତୀ କିଶନ ନଗର ଥାନା ଅଧିନସ୍ତ ହରିପୁର ଗ୍ରାମର ବିଶ୍ଵଜିତ ସେଠି ନାମକ ଯୁବକ ସହିତ ଦୀର୍ଘ ଚାରି ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ । ଯୁବକ ଜଣକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ନୋଟାରୀରେ ବିବାହ ମଧ୍ୟ କରିଥିଲେ । ହେଲେ ଯୁବକ ଜଣକ ଅନ୍ୟ ମହିଳାଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ । ଏ ବିଷୟରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ଏହା ଜାଣି ଯୁବତୀ ଜଣକ ବିଶ୍ୱଜିତଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ହେଲେ କିଶନ ନଗର ପୋଲିସ ଅଭିଯୋଗ ରଖିନଥିଲା । ପରେ ଯୁବତୀ ଜଣକ ବାଧ୍ୟ ହୋଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ କିଶନ ନଗର ପୋଲିସ ଏକ ମାମଲା ରୁଜୁ କରିଥିଲା । ହେଲେ ନ୍ୟାୟ ଦେବା ବଦଳରେ ଯୁବତୀଙ୍କ ଅଭିଯୋଗକୁ ରଖି ଚୁପମାରି ବସିଥିବାର ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତେବେ କିଶନନଗର ଥାନାରୁ ଯଦି ନ୍ୟାୟ ନ ମିଳିବ, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବେ ବୋଲି ଯୁବତୀ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.