ନୂଆପଡ଼ା, ୧୮/୨: ଚବିଶ ଘଣ୍ଟା ଭିତରେ ଚୋରି ଘଟଣା ର ପର୍ଦ୍ଧାଫାସ କଳା ଖଡ଼ିଆଳ ପୋଲିସ l ନଗଦ ୩୭ ଲକ୍ଷ ୨୦ ହଜାର ଶହେ କୋଡିଏ ଟଙ୍କା ସହ ବହୁ ସୁନାରୂପା ଅଳଙ୍କାର ଉଦ୍ଧାର,ଚାରି ଅଭିଯୁକ୍ତ ଗିରଫ। ନୂଆପଡା ଜିଲ୍ଲା ଖଡ଼ିଆଳ ପୁଲିସ କୁ ମିଳିଛି ଏକ ବଡ ସଫଳତା l ଏକ ବଡ଼ ଚୋରି ଘଟଣା ର ପର୍ଦ୍ଦାଫାସ କରିଛି ମାତ୍ର ଚବିଶ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଚୋରି ହୋଇ ଥିବା ସୁନା ରୁପା ସହ ବିପୁଳ ପରିମାଣ ର ଟଙ୍କା କୁ ଜବତ କରିଛି ଖଡ଼ିଆଳ ପୋଲିସ। ଏନେଇ ଖଡ଼ିଆଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖଡ଼ିଆଳ SDPO।

​​​​​​​

ଚାରି ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳପୁର ଗ୍ରାମର ଭୋଲେଶ୍ୱର ଠେଲା, ଚୂଡ଼ାମଣି କାଣ୍ଡ, ଗଣେଷ ଠେଲା ଓ ହେମନ୍ତ କଟା।ଗତ ପନ୍ଦର ତାରିଖ ସନ୍ଧ୍ୟା ସମୟରେ ଖଡ଼ିଆଳ ଏଗାର ନମ୍ବର ୱାର୍ଡ ର ପ୍ରବୀଣ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ସପରିବାର ସହ ଶିବରାତ୍ରୀ କାର୍ଯ୍ୟକ୍ରମ ପାଇଁ ବାହାରକୁ ଯାଇଥିଲେ l ତାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘରେ ପସି ଘରେ ଥିବା ସୁନା ରୁପା ଟଙ୍କା ସହ ଲକର କୁ ତାଡି ନେଇ ଯାଇଥିଲେ l ଅଭିଯୋଗ କାରୀ ଘରକୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣି ପାରି ଖଡ଼ିଆଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଖଡ଼ିଆଳ ପୋଲିସ ଏକ ମାମଲା ରୁଜୁ କରି ନୂଆପଡା ଏସପି ଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଏସଡ଼ିପିଓ ଖଡିଆଳ ସିନାପାଲି ଓ ବୋଡେ଼ନ ଆଇଆଇସି ଙ୍କୁ ନେଇ ତିନି ଗୋଟି ଟିମ ଗଠନ କରି ଘଟଣା ର ଅନୁସନ୍ଧାନ ଆରମ୍ଭ କରି ମାତ୍ର ଚବିଶ ଘଣ୍ଟା ଭିତରେ ଦୁର୍ବୁର୍ତ୍ତ ମାନଙ୍କୁ କାବୁ କରିବା ସହ ଚୋରି ହୋଇଥିବା ସବୁ ସମ୍ପତି କୁ ଜବତ କରିଥିବା ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି l

ଏହି ଚୋରି ଘଟଣା ରେ ସବୁଠୁ ରୋଚକ ଘଟଣା ହେଉଚ୍ଚି ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ବ୍ୟବସାୟୀ ଙ୍କ ଘରେ ଚାକର ଭାବରେ କାମ କରୁଥିଲେ l ଖଡ଼ିଆଳ ପୋଲିସ ପ୍ରଥମେ ସେହି ପୂର୍ବତ୍ତନ ଚାକର କୁ କାବୁ କଲା ପରେ ସବୁ ସତ୍ୟାସତ୍ୟ ସାମ୍ନା କୁ ଆସିଥିଲା l ବର୍ତ୍ତମାନ ଚୋର ମାନଙ୍କ ଠାରୁ ୩୭ ଲକ୍ଷ କୋଡିଏ ହଜାର ଶହେ କୋଡିଏ ନଗଦ ଟଙ୍କା ସହ ପାଖାପାଖି ଦଶ ଲକ୍ଷ ଟଙ୍କା ର ରୁପା ଓ ସାତ ଲକ୍ଷ ଟଙ୍କା ର ସୁନା ସହ ଚାରୋଟି ମୋବାଇଲ ଫୋନ ଦୁଇ ଗୋଟି ମୋଟର ସାଇକେଲ କୁ ଜବତ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅନ୍ୟପଟେ ଏତେ କମ ସମୟ ରେ ଚୋର ଓ ଚୋରି ସାମଗ୍ରୀ କୁ ଉଦ୍ଧାର କରିଥିବା ରୁ ଖଡ଼ିଆଳ ପୋଲିସ ସହ ନୂଆପଡା ଏସପି ଓ ପୁରା ଟିମ କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଅଭିଯୋଗ କାରୀ।

 

ଏହାସହ ପଢ଼ନ୍ତୁ : କେବେ ହେବ ବାହାଘର ?, ଜାଣନ୍ତୁ ଇଶାନଙ୍କ ପ୍ରେମିକାଙ୍କ ସମ୍ପର୍କରେ ଅଜଣା କଥା