ଫିରିଙ୍ଗିଆ, ୪।୩ : ଫିରିଙ୍ଗିଆ ବ୍ଲକରେ ହୋଲି ପର୍ବକୁ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ଧୁମଧାମରେ ପାଳନ କରାଯାଇଛି । ତେବେ ଏହି ହୋଲିକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଫିରିଙ୍ଗିଆ ଥାନାରେ ନୂତନ ଭାବରେ ଯୋଗ ଦେଇଥିବା ଥାନା ଅଧିକରି ମୁରଲୀଧର ସାହୁ । ସକାଳୁ ସକାଳୁ ତାଙ୍କର ସମସ୍ତ ଟିମ ସହ ବ୍ଲକ ମୁଖ୍ୟାଳୟ ଠାରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀମାନଙ୍କ ସହ ହୋଲି ଖେଳିଥିଲେ । ଯାହାକି ଏକ ନିଆରା ପରମ୍ପରା ସୃଷ୍ଟି କରିବା ସହ ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।

ସାଧାରଣତଃ ଏହି ବିଦ୍ୟାଳୟରେ ଗରିବ ଅସହାୟ ଆଦିବାସୀ ଓ ଦଳିତ ବର୍ଗର ପରିବାରରୁ ଆସିଥିବା ଛାତ୍ରୀମାନେ ପାଠ ପଢିଥାନ୍ତି । ତେବେ ପ୍ରଥମ ଥର ପାଇଁ ଏହି ଛାତ୍ରୀମାନଙ୍କ ସହ ଜଣେ ଥାନା ଅଧିକାରୀ ହୋଲି ଖେଳିବା ଛାତ୍ରୀ ମାନଙ୍କ ମନରେ ବେଶ ଆନନ୍ଦ ଭରି ଦେଇଛି। ଏହା ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଏହି ହୋଲି ଖେଳରେ ଥାନା ଅଧିକାରୀଙ୍କ ସହ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ କୁମାର ରାଉତ, ଅଜୟ କୁମାର ସାହୁ, ପ୍ରମୋଦ କୁମାର ବେହେରା, ବିଜୟ କୁମାର ନାଏକଙ୍କ ସହ ଅନ୍ୟ କର୍ମଚାରୀ ଓ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ସାଧନ କର୍ମୀ ରାଜେଶ କୁମାର ନାଏକ ଉପସ୍ଥିତ ଥିଲେ।