ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୮୬୦କେଜି ଗଞ୍ଜେଇ ଜବତ, ୨ଗିରଫ

Published By : Suraj Kumar | April 12, 2025 8:31 PM

 ମାଲକାନଗିରି/କାଲିମେଳା /ଚିତ୍ରକୋଣ୍ଡା, ୧୨/୪(ଆପ୍ର ) ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ଓ ଚିତ୍ରକୋଣ୍ଡା ପୋଲିସ ଦ୍ଵାରା ପୃଥକ ପୃଥକ ସ୍ଥାନରୁ ମୋଟ ୮୬୦ କେଜି ଗଞ୍ଜେଇ ଜବତ କରିଛି। ଏଥି ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜ କୁମାର (୨୫) ଏବଂ ସୋନୁ ସିଂହ (୨୨)। 

ଦୁଇଜଣ ଅଭିଯୁକ୍ତ ଏକ ଟ୍ରକ ଯୋଗେ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରୁ ଗଞ୍ଜେଇ ନେଇ ଯାଉଥିଲେ। ଉତ୍କ ଟ୍ରକ ଦ୍ରୁତ ଗତିରେ ଆସୁଥିବା ଦେଖି ଯାଞ୍ଚ ପାଇଁ କାଲିମେଳା ପୋଲିସ ଟିମ ଅଟକାଇ ଥିଲା। ଯାଞ୍ଚ ବେଳେ ଟ୍ରକ ମଧ୍ୟରେ ବସ୍ତାରେ ରଖା ଯାଇଥିବା ବିପୁଳ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଓଜନ ୫୦୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି।

ଅନୁରୂପ ଭାବେ ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ମଧ୍ୟ ପାଟ୍ରୋଲିଂ ବେଳେ ମନ୍ତ୍ରୀପୁଟ ରାସ୍ତା କଡ ଜଙ୍ଗଲ ମଧ୍ୟରୁ ୩୬୦ କେଜି ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ମନ୍ତ୍ରୀପୁଟ ରାସ୍ତା କଡରେ ଥିବା ଜଙ୍ଗଲ ମଧ୍ୟରେ କିଛି ବସ୍ତା ରଖା ଯାଇଥିବା ଦେଖିଥିଲେ।  ଯାଞ୍ଚ ବେଳେ ବସ୍ତା ଗୁଡିକରେ ଗଞ୍ଜେଇ ଥିବା ଦେଖି ତାହାକୁ ଜବତ କରିଥିଲା। ଜବତ ଗଞ୍ଜେଇର ଓଜନ ୩୬୦ କେଜି ହୋଇଥିବା ବେଳେ ଏହାକି ବାହାର ରାଜ୍ୟକୁ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ କେହି ନଥିବା ବେଳେ ପୋଲିସ ଗଞ୍ଜେଇ ବସ୍ତାକୁ ଜବତ କରି ତଦନ୍ତ ଜାରି ରଖିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୫ ଲକ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.