ଭୁବନେଶ୍ୱର,୧୨/୧୨: ଏସ୍ଆଇ କେଳେଙ୍କାରୀରେ ସିବିଆଇ ୫ ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି । ଟଙ୍କା କାରବାର କେମିତି ହୋଇଥିଲା ? କାହା ପାଖକୁ କେତେ ଯାଇଥିଲା ତାକୁ ନେଇ ପଚରାଉଚରା କରୁଛି ସିବିଆଇ ।
ବୁଧବାର ସିବିଆଇ ନିତୀଶ କୁମାରଙ୍କୁ ଜେରା କରିଥିଲା । ଗୁରୁବାର ଦଲାଲ ମୁନା ମହାନ୍ତି, ପ୍ରିୟଦର୍ଶନୀ ସାମଲ, ଶ୍ରୀକାନ୍ତ ମହାରଣା ଓ ଏ. ଅଭିମନ୍ୟୁ ଦୋରାଙ୍କୁ ନେଇ ଜେରା କରୁଛି । ଏହି ଦାଲାଲ୍ମାନେ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରି ଶଙ୍କର ପୃଷ୍ଟିଙ୍କ କହିବା ଅନୁସାରେ ଏହାକୁ ବାଣ୍ଟୁଥିଲେ । ସବୁ ଟଙ୍କା ନଗଦ ଆକାରରେ କାରବାର ହୋଇଛି । ସେଥିପାଇଁ ଟଙ୍କା ନେଇଥିବା ବ୍ୟକ୍ତିଙ୍କୁ ଜେରା କରିବାକୁ ସିବିଆଇ ସମନ ଦେଉଛି । ସେପଟେ ଏହି ଘଟଣାରେ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ । ଟଙ୍କା ନେଇଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି ସିବିଆଇ । ଖୁବ୍ଶୀଘ୍ର ଆଉ କିଛି ଦଲାଲ ସିବିଆଇ ଖୁଆଡ଼ରେ ପଡ଼ିବେ । ସେମାନଙ୍କୁ ମଧ୍ୟ ଜେରା କରିବାକୁ ପ୍ରସ୍ତୁତି ଚାଲିଛି ।