ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଥାନା ଭିତରେ ମହିଳାଙ୍କ ରିଲ୍ସ, ଇନ୍‌ଷ୍ଟାଗ୍ରାମରେ ଭିଡିଓ ଭାଇରାଲ : ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଏସ୍‌ପି

Published By : Prameya | November 23, 2024 10:45 AM

ଖୋର୍ଦ୍ଧା/ନିରାକାରପୁର,୨୩/୧୧: ଥାନା  ଭିତରେ ଜଣେ ମହିଳା ବସି ରିଲ୍ସ ତିଆରି  କରୁଛନ୍ତି । ତାଙ୍କ ରିଲ୍ସରେ ସାଧା ପୋଷାକରେ ପୁଲିସ୍‌ ବାବୁ ଅଛନ୍ତି । ପୁଲିସ ବାବୁ ଜଣକ ମହିଳାଙ୍କ ଜଣକ ଚୌକିରେ ବସି ରିଲ୍ସ କରୁଥିବା ବେଳେ ପୁଲିସବାବୁ ପ୍ରଥମେ ହସି ଦେଉଛନ୍ତି ।  ପରେ ଯାଇ ନିଜ ଚୌକିରେ ବସିପଡୁଛନ୍ତି । ପୁଲିସ୍‌ ବାବୁ ଜଣକ ମହିଳାଙ୍କ ଆଖି ମୋର ସ୍ୱପ୍ନ  ତୋର... ପ୍ରେମ ସଙ୍ଗୀତରେ ମନମୁଗ୍ଧ ହେଉଛନ୍ତି ।  

ମହିଳାଙ୍କ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ  ଅପଲୋଡ୍‌ ପରେ ଭାଇରାଲ ହେବାରେ  ଲାଗିଛି । ଯାହାକୁ ନେଇ ପୁଲିସ୍‌ ବାବୁଙ୍କ ସହ  ଥିବା ମହିଳା ଜଣକ କିଏ ବୋଲି ଚର୍ଚ୍ଚା ଜୋର୍‌  ଧରିଛି । ଏହି ଭିଡ଼ିଓ କେବେ ସୁଟିଂ ହୋଇଛି  ଏବଂ ଭାଇରାଲ ପଛରେ ରହସ୍ୟ କ’ଣ ତାହା  ବେଶ୍‌ ଆଲୋଚ୍ୟର ବିଷୟ ପାଲଟିଛି । ଏହା  ନିରାକାରପୁର ଥାନା ଭିତରର ଦୃଶ୍ୟ ହୋଇଥିବାରୁ  ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ମୁର୍ମୁ ନିରାକାରପୁର ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଭାଇରାଲ ଭିଡିଓ ସମ୍ପର୍କରେ ପୂର୍ବତନ  ଏସ୍‌ପି ଦେବ ପ୍ରସାଦ ମଜୁମଦାର କହିଛନ୍ତି, ମହିଳା ଜଣଙ୍କ ଯଦି ପୁଲିସ୍‌ ବାବୁଙ୍କ ଉପସ୍ଥିତିରେ  ଥାନା ମଧ୍ୟରେ ରିଲ୍ସ କରିବାକୁ କେମିତି ସାହସ  କଲେ । ଏହା ଏକ ସଂଘାତିକ କଥା । ଏହା  ପୁଲିସ୍‌ ସର୍ଭିସ୍‌ ରୁଲର ଖୋଲାଖୋଲି ଉଲ୍ଲଂଘନ  ହେଉଛି । ଥାନାରେ ସିସିଟିଭି ଲାଗିଥିଲା କି’  ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଉକ୍ତ ଭିଡିଓ  ତିଆରି ପଛରେ ମହିଳାଙ୍କର କି ଉଦ୍ଦେଶ୍ୟ  ରହିଛି । ଏହା ପ୍ରାୟୋଜିତ ନା’ ଷଡ଼ଯନ୍ତ୍ର ।  ତାହା ତଦନ୍ତ ସାପେକ୍ଷ ବୋଲି ପୂର୍ବତନ ଏସ୍‌ପି ଶ୍ରୀମଜୁମଦାର ମତ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.