ବାରିପଦା,୨୫/୩ : ମୟୂରଭଞ୍ଜ ଜିଲ୍ଲାରେ ଗତ ୨୦ତାରିଖ ଗୁରୁବାର ସଂଧ୍ୟାରେ ହୋଇଥିବା କାଳବୈଶାଖୀ ପ୍ରଭାବରେ କୁଆପଥର ମାଡରେ କ୍ଷୟକ୍ଷତିକୁ ଇତି ମଧ୍ୟରେ ୫ଦିନ ବିତିଛି  । ଘର ଦ୍ୱାର ଆସବାବପତ୍ର ଠୁ ଆରମ୍ଭ କରି ସଂଚିତଧାନ ଚାଉଳ ସବୁ କିଛି ନଷ୍ଟ ହୋଇଯାଇଥିବାବେଳେ ଚାଷ ବାସ ମଧ୍ୟ ସଂପୂର୍ଣ୍ଣ ଉଜୁଡି ଯାଇଛି  । କ୍ଷତିଗ୍ରସ୍ତଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାକୁ ଖୋଦ ରାଜସ୍ୱ ମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ରାଜସ୍ୱମନ୍ତ୍ରୀଙ୍କ ଗସ୍ତ ସମୟରେ ବାଙ୍ଗିରି ପୋଷି ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ଓମନ୍ତ୍ରୀଙ୍କୁ ଛାଡି ଫେରୁଥିବା ଗାଡିକୁ ଷ୍ଟେସନପାଖରେ ଢେଲାମାଡ ଘଟଣାକୁ ନେଇରାଜନୀତି ଜୋର ଧରିଛି ।

ଏହି ଘଟଣାରେଜଣେ ମହିଳାଙ୍କ ସମେତ ବାଙ୍ଗିରିପୋଷି ପୁଲିସ ୩ପୁରୁଷଙ୍କୁ ଗିରଫ କରିଥିବା ବେଳେଅନ୍ୟମାନେ ଫେରାର ହୋଇ ଯାଇଛନ୍ତି । ଏହିଘଟଣାରେ ଗିରଫଦାରି ସଂଖ୍ୟା ଆହୁରି ବୃଦ୍ଧିହେବ ବୋଲି ବାଙ୍ଗିରିପୋଷି ଥାନାଅଧିକାରୀବିରେନ୍ଦ୍ର ସେନାପତି କହିଛନ୍ତି । ରାଜସ୍ୱମନ୍ତ୍ରୀଙ୍କଗସ୍ତ ସମୟରେ ରାସ୍ତା ଅବରୋଧ ଓଏଭଳି କାଣ୍ଡ ଭିଆଇବାକୁ ନେଇ ସ୍ଥାନୀୟବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ କଡାଭାଷାରେ ନିନ୍ଦା କରିଛନ୍ତି  । ସଞ୍ଜଳି କହିଛନ୍ତିଯେ, ‘କେତେକ ଦୁର୍ବୃତ୍ତ ରାନୈତିକ ମନ୍ଦଉଦ୍ଦେଶ୍ୟ ରଖି ନିଜର ରାଜନୈତିକ ରୋଟିସେକିବାକୁ ଉଦ୍ୟମ କରୁଛନ୍ତି  । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ  । 

ପୁଣି ନିରୀହ ଲୋକଙ୍କୁ ଏଭଳି ବିପଦ ସମୟରେ ଉସ୍‌କାଇ ଅଶାନ୍ତବାତାବରଣ ସୃଷ୍ଟି କରି ହୀନ ରାଜନୀତି କରିବାଆଦୌ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ତେବେ ସଞ୍ଜଳିଙ୍କ ମନ୍ତବ୍ୟ ସିଧାସଳଖବାଙ୍ଗିରିପୋଷିର ପୂର୍ବତନ ବିଧାୟକ ସୁଦାମମାରାଣ୍ଡିଙ୍କ ଆଡକୁ ଇଙ୍ଗିତ ହୋଇଥିବା ବେଳେସୁଦାମଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ  ।ଖାଲି ସେତିକି ନୁହେଁ ରାଜସ୍ୱମନ୍ତ୍ରୀଙ୍କଗାଡିକୁ ଢେଲାମାଡ ଓ ଲୋକଙ୍କ ହୋହୋଲ୍ଲାରଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେବାପରେ ଖୋଦ୍‌ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏ ବାବଦରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ କାର୍ଯ୍ୟରେ ବାଧା ଦେବାଓ ରାସ୍ତା ଅବରୋଧ କରିବା ପାଇଁ ଲୋକଙ୍କୁଉସକାଇବା ଏହା ଏକ ରାଜନୈତିକ ଦଳରଆଚରଣ ହେବା ଉଚିତ୍‌ ନୁହେଁ । ‘କୁଆପଥରମାଡରେ ବାଙ୍ଗିରିପୋଷି ଓ ବିଶୋଇ ବ୍ଲକରକ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସେଠାକାର ବିକଳଚିତ୍ର ଦେଖିଲି’ । ଚାଳ ଛପର, ଆଜବେଷ୍ଟସ୍‌ଏବଂ ଟାଇଲ ଓ ଖପର ଘର ଗୁଡିକରଛାତ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । 

ଏହି ବିପର୍ଯ୍ୟୟର ଭୟାନକ ଚିତ୍ର ଦେଖିବା ପରେପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖୋଜିଲି,ହେଲେ ଆଶ୍ଚର୍ଯ୍ୟ ଯେ, କେଉଁଠି ବି ପକ୍କାଘରଟିଏ ପାଇଲିନି । ଯଦି ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ଲୋକଙ୍କୁ ପକ୍କାଘରଟିଏମିଳିଥାନ୍ତା ତେବେ ନିଶ୍ଚିତ ଭାବେ ଏଭଳିବିପର୍ଯ୍ୟୟ ସମୟରେ ସେମାନଙ୍କ ପାଖରେମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଥାଆନ୍ତା । ପକ୍କାଘର ଟିଏ ନ ଥିବାରୁ ଲୋକେ ଏଭଳି ପରିସ୍ଥିତିର ସାମ୍ନା କଲେ ବୋଲି ସେ କହିଛନ୍ତି’ ।ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପୂଜାରୀ ଜିଲ୍ଲାର ଭେଟେରାନ ଆଦିବାସୀ ନେତା ସୁଦାମଙ୍କ ନାଁ ନ ନେଇ ତଥା ଅନ୍ୟମାନଙ୍କ ନାଁ ନନେଇ ମଧ୍ୟ ଇଙ୍ଗିତରେ ଇଙ୍ଗିତରେ ତେରଛା ବାଣ ଟିଏ ମାରିଛନ୍ତି   । ଶ୍ରୀଯୁକ୍ତ ପୂଜାରୀ କହିଛନ୍ତିଯେ, ମୟୂରଭଞ୍ଜ ଜିଲ୍ଲାରେ ବହୁ ବଡବଡନେତାଅଛନ୍ତି  ।

ଅଥଚ ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଟିଏ ମୁଣ୍ଡଗୁଞ୍ଜିବାକୁ ନ ମିଳିବା ଏଇଟା କାହାର ଦୋଷ ? ପୂର୍ବ ସରକାର ଅମଳରେ ଯଦି ଏହିସବୁ ଅଞ୍ଚଳରେ ଆଦିବାସୀ ଭାଇଭଉଣୀଙ୍କୁଉପଯୁକ୍ତ ନ୍ୟାୟ ମିଳିଥାନ୍ତା ତେବେ ଏଭଳିବିପର୍ଯ୍ୟୟ ଦେଖିବାକୁ ପଡି ନଥାନ୍ତା  ।ଲୋକେ ଏଭଳି ହୀନସ୍ତା ହୋଇ ନଥାନ୍ତେ କିମ୍ବାରାଜସ୍ୱମନ୍ତ୍ରୀଙ୍କୁ ମଧ୍ୟ ଆସିବାକୁ ପଡି ନଥାନ୍ତାକି ଲୋକଙ୍କ ଆକ୍ରୋଶର ଶିକାର ହେବାକୁପଡି ନଥାନ୍ତା ବୋଲି ସେ ବିବୃତ୍ତି ଦେଇଛନ୍ତି ।ରାଜସ୍ୱମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ପରେବିଜେଡି କିମ୍ବା ଖୋଦ ସୁଦାମ ଏବାବଦରେକୌଣସି ପ୍ରତିକ୍ର ିୟା ରଖି ନାହାନ୍ତି  । ରାଜସ୍ୱମନ୍ତ୍ରୀଗତ ୨୩ତାରିଖରେ ବାଙ୍ଗିରିପୋଷି ଏବଂବିଶୋଇ କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନରେଆସିଥିବା ବେଳେ ସୁଦାମ ତା’ ପୂର୍ବରୁବାଙ୍ଗିରିପୋଷିରେ କୁଆଡେ ସରକାରୀବିରୋଧୀ ହାୱା ସୃଷ୍ଟି ପାଇଁ ଉସକାଇ କ୍ଷେତ୍ରପ୍ରସ୍ତୁତ କରି ଆସିଥିଲେ ବୋଲି ଚର୍ଚ୍ଚା ହେଉଛି। ନିଜକୁ ଅଧିକ ଦରଦୀ ଓ ଟାଣୁଆ ନେତାବୋଲି  ପ୍ରତିପାଦିତ କରିବାକୁ ଯାଇ ଗ୍ରାଉଣ୍ଡଜିରୋରୁ ସରକାରୀ ପଦାଧିକାରୀମାନଙ୍କୁ ଫୋନମଧ୍ୟ କରିଥିଲେ  । ଫୋନ୍‌ କରିବା ବେଳେପୂର୍ବରୁ ସେ ଖୋଦ୍‌ ରାଜସ୍ୱମନ୍ତ୍ରୀ ଥିବାରୁ ଏସବୁ କଥା ଜାଣିଛନ୍ତି ବୋଲି ମଧ୍ୟ ପ୍ରାଶାସନିକଅଧିକାରୀଙ୍କୁ କହିବାକୁ ଭୁଲି ନଥିଲେ ।ଯାହାର ଫଟୋ ଏବଂ ଭିଡିଓ ସେ ତାଙ୍କରଫେସବୁକ ପୃଷ୍ଠାରେ ପୋଷ୍ଟ କରିଥିଲେ ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ମୟୂରଭଞ୍ଜ ଜିଲ୍ଲାରେ ଏଭଳି ବଡ ବଡକୁଆପଥର ଆକାଶରୁ କେବେ ବୃଷ୍ଟିହୋଇଥିବା ନଜିର ନଥିବା ବେଳେ ଏ ଘଟଣାବିଶେଷ କରି ବାଙ୍ଗିରିପୋଷି ଓ ବିଶୋଇବ୍ଲକର କେତେକ ଅଞ୍ଚଳରେ ଲୋକଙ୍କମେରୁଦଣ୍ଡ ଭାଙ୍ଗି ଦେଇଛି  । ସେପଟେନେତାଙ୍କ ରାଜନୈତିକ ମହତ୍ୱକାଂକ୍ଷା ଓଏହି ଘଟଣାରେ ରାଜନୀତି କରଣକୁ ନେଇସାଧାରଣରେ ଚର୍ଚ୍ଚା ହେଉଛି ଯେ, ନେତାମାନେଭଙ୍ଗା ସାଇକେଲରୁ ରାଜନୀତି ଆରମ୍ଭକରି ବଡ ବଡ ଗାଡିଘୋଡାରେ ବୁଲୁଥିବାବେଳେ କୋଟିକୋଟି ଟଙ୍କାର ମହଲ ଗଢିଅୟସରେ ଜୀବନ କାଟୁଛନ୍ତି  ।

ଅଥଚସାଧାରଣ ଲୋକ ସେହିଭଳି ଢୋକେ ପିଇଦଣ୍ଡେ ଜୀଇ ଦୁଃଖ କଷ୍ଟରେ ଝୁପୁଡି ଘରେ କାଳାତିପାତ କରୁଛନ୍ତି । ସୁଦାମ ମାରାଣ୍ଡି୧୯୯୦ ମସିହାରୁ ବିଧାୟକ ହୋଇ ଆସୁଛନ୍ତିପୁଣି ଥରେ ଏମ୍‌ପି ଏବଂ ଦୁଇ ଦୁଇ ଥର ରାଜସ୍ୱମନ୍ତ୍ରୀ ହେବା ପରେ ମଧ୍ୟ ଆଦିବାସୀ ଲୋକ ନ୍ୟାୟ ପାଇଲେନି କାହିଁକି ? ଏ ପ୍ରଶ୍ନନିଶ୍ଚିତ ଭାବେ ଅମୂଳକ ନୁହେଁ   । ତେବେଦୀର୍ଘ ୨୫ବର୍ଷ ଧରି ବିଜେଡି ସରକାର ଥିଲାବେଳେ କାହିଁକି ଆଦିବାସୀଙ୍କୁ ପକ୍କାଘରଟିଏମିଳିଲାନି ଏ ପ୍ରଶ୍ନ ଯେତିକି ଯୁକ୍ତିଯୁକ୍ତ ବିଜେପିପାଇଁ ମଧ୍ୟ ସେତିକି ଆହ୍ୱାନ ସଦୃଶ ।