କନୂଆଦିଲ୍ଲୀ ୦୯/୦୬: ଖୁବ୍ଶୀଘ୍ର ୨ୟ ବିବାହ କରିବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ । ସିଙ୍ଗାପୁର ବ୍ୟବସାୟୀ ୱିଲିୟମ୍ ଇସମାଇଲଙ୍କୁ ସେ ଡେଟ୍ କରୁଛନ୍ତି । ରିପୋର୍ଟ ଅନୁସାରେ, ୱିଲିୟମ୍ଙ୍କ ପ୍ରେମ ନିବେଦନକୁ ଜେନିଫର ସହମତି ଜଣାଇଛନ୍ତି । ତେବେ ଉଭୟଙ୍କ ତରଫରୁ ଏ ବିଷୟରେ କୌଣସି ଔପଚାରିକ ବୟାନ ଆସିନାହିଁ । ସୋସିଆଲ ମିଡିଆରୁ ଉଭୟଙ୍କ ବିଷୟରେ ପ୍ରଥମେ ଜଣାପଡ଼ିଥିଲା । ଜେନିଫର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ ଯୋଜନା କରୁଛନ୍ତି । ବିବାହ ପାଇଁ ଜାଗା ବି ଖୋଜୁଛନ୍ତି । ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଉଭୟ ବିବାହ କରିପାରନ୍ତି ।
ନିକଟରେ ଜେନିଫରଙ୍କ ନାଁ ଅଭିନେତା କରଣ ୱାହିଙ୍କ ସହ ଯୋଡ଼ା ଯାଇଥିଲା । କିନ୍ତୁ କରଣ ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ କରିଥିଲେ । ଜେନିଫର ଅଭିନେତା କରଣ ସିଂହ ଗ୍ରୋବରଙ୍କୁ ପ୍ରଥମ ବିବାହ କରିଥିଲେ । ଟିଭି ସିରିଏଲ ‘ଦିଲ ମିଲ ଗୟେ’ ସେଟ୍ରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ୨୦୧୨ରେ ଉଭୟ ବିବାହ କରିଥିଲେ । କିନ୍ତୁ ୨ ବର୍ଷ ପରେ ଅଲଗା ହୋଇଗଲେ । ଏହା ପରେ କରଣ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କଲେ ।
ଆହୁରି ପଢ଼ନ୍ତୁ...ଫିଲ୍ମରେ ଗୋଟିଏ ସିନ୍ ପାଇଁ ମେକର୍ସ ଉଡାଇ ଦେଇଥିଲେ ସତ ବିଲ୍ଡିଂ, କଲେକ୍ସନ କରିଥିଲା ୮୩୦୦ କୋଟିରୁ ଅଧିକ