ନୂଆଦିଲ୍ଳୀ,୮।୬:  ଫିଲ୍ମରେ ଥିଲା ମାତ୍ର ଗୋଟିଏ ସିନ୍। ତାହା ହେଲା ହସ୍ପିଟାଲର ପୁରା ବିଲ୍ଡିଂକୁ ବ୍ଲାଷ୍ଟ କରି ଉଡାଇ ଦିଆଯାଉଛି। ହେଲେ ଏଥିରେ ନଥିଲା କୌଣସି ଭିଏଫ୍ଏକ୍ସ। ପ୍ଲାନିଂ ହେଲା ରିୟଲ ବିଲ୍ଡିଂକୁ ଡିଟୋନେଟର ଲଗାଇ ଉଡାଯିବ। ଆଉ ଲିଡ୍‌ ଆକ୍ଟରଙ୍କୁ ଏଥିପାଇଁ ଲଗାତାର ଭାବରେ କରିବାକୁ ପଡିଥିଲା ପ୍ରାକ୍ଟିସ୍। ଏତେ ଥର ପ୍ରାକ୍ଟିସ୍ କରାଯାଇଥିଲା ଯେ, ତାହା ତାଙ୍କ ଅବଚେତନ ମନରେ ବି ଫିଟ୍ ହୋଇଯାଇଥିଲା। ଏହି ଫିଲ୍ମଟି ହେଉଛି ହଲିଉଡର ହିଟ୍ ଫିଲ୍ମ ‘ଦ ଡାର୍କ ନାଇଟ୍’।  ଫିଲ୍ମଟି ହୋଇଥିଲା ଆଇକୋନିକ୍ ହିଟ୍।

୨୦୦୮ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦ ଡାର୍କ ନାଇଟ୍’ ହୋଇଥିଲା ବ୍ଲକବାଷ୍ଟର ହିଟ୍। ଲିଜଣ୍ଡରୀ ଡାଇରେକ୍ଟର କ୍ରିଷ୍ଟୋଫର ନୋଲାନ୍‌ଙ୍କ ନିର୍ଦେଶନାରେ ତିଆରି ଏହି ଫିଲ୍ମ IMDb ରେ ରେଟିଂ ୯.୧ ରେ ଥିଲା। ଫିଲ୍ମଟି ବହୁ ମାମଲାରେ ଆଇକୋନିକ୍ ହିଟ୍ ଥିଲା, କିନ୍ତୁ ଏହି ଫିଲ୍ମରେ ଏଭଳି ଏକ ସିନ୍ ଥିଲା, ଯେଉଁଥି ପାଇଁ ଡାଇରେକ୍ଟର କୌଣସି VFX ର ସାହାରା ନନେଇ ପୁରା ବିଲ୍ଡିଂ ଭୁଶୁଡାଇ ଦେଇଥିଲେ। ଏହି ଫିଲ୍ମକୁ ସବୁଠାରୁ ଆଇକୋନିକ୍ ସିନ୍‌ ଭିତରେ ଗଣାଯାଏ, ଯେଉଁଥି ପାଇଁ ଆକ୍ଟର ହିଥ୍ ଲେଜର (ଜୋକର)ଙ୍କୁ ଏତେ ଥର ପ୍ରାକ୍ଟିସ୍ କରାଯାଇଥିଲା, ଯେ ଏହି ସିନ୍ ତାଙ୍କର ଅବଚେତନ ସ୍ମୃତି ବା Subconscious Memory ରେ ଫିଟ୍ ହୋଇଯାଇଥିଲା।

ଫିଲ୍ମରେ ଗୋଟିଏ ସିନ୍ ରହିଛି, ଯେଉଁଥିରେ ହିଥ୍‌ ଲେଜର ବମ୍ ଡିଟୋନେଟରରେ ହସ୍ପିଟାଲର ପୁରା ବିଲ୍ଡିଂ ଉଡାଇ ଦେଉଛନ୍ତି। ଇଣ୍ଟରନେଟ୍‌ରେ ଏଭଳି କୁହାଯାଉଛି ଯେ,ହିଥ୍‌ଙ୍କୁ ଯେଉଁ ଭଳି ବାରମ୍ବାର ଡିଟୋନେଟର ହଲାଇ ବ୍ଲାଷ୍ଟ କରିବାର ଚେଷ୍ଟା କରୁଥିବାର ଦେଖୁଛନ୍ତି ତାହା ଇମ୍ପପ୍ରୋଭାଇଜଡ୍ ଥିଲା। କିନ୍ତୁ ସତ ଅଲଗା କିଛି ଥିଲା। ଫିଲ୍ମରେ ନିର୍ଦେଶକ କ୍ରିଷ୍ଟୋଫର ନୋଲାନ୍‌ ନିଜେ ଏକ ଇଣ୍ଟରଭ୍ୟୁରେ ଏହି କଥା କହିଛନ୍ତି। ସେ ହିଥ୍ ଲେଜରଙ୍କ ସହିତ ଏହି ସିନ୍‌କୁ ବହୁବାର ପ୍ରାକ୍ଟିସ୍ କରିଥିଲେ। କାରଣ ଏହି ସିନ୍‌ ପାଇଁ କ୍ରିଷ୍ଟୋଫର ନୋଲାନ୍ ଭିଏଫ୍‌ଏକ୍ସ ଓ ସିଜିଆଇ ପ୍ରାୟ କମ୍ ହିଁ ବ୍ୟବହାର କରିଥିଲେ। ସେ ଏହି ସିନ୍‌କୁ ସମ୍ପୂର୍ଣ୍ଣ ଭାବରେ ଅସଲି ରଖିଥିଲେ। ଏହାକୁ ସୁଟିଂ କରିବାକୁ ଏକ ରିଅଲ ବିଲ୍ଡିଂକୁ ବମ୍‌ ଲଗାଇ ଉଡାଇ ଦେଇଥିଲେ। ଅର୍ଥାତ ଏହି ଫିଲ୍ମ ପାଇଁ ଏତେ ଟଙ୍କା ଲଗାଯାଇଥିଲା ଯେ ମେକର୍ସ କୌଣସି ତ୍ରୁଟି ରଖିନଥିଲେ। ବ୍ୟାଟ୍‌ମ୍ୟାନ୍‌ର ଏହି କାହାଣୀ ପାଇଁ ଫିଲ୍ମଟିରେ ପ୍ରାୟ ୧୫୦୦ କୋଟି ଖର୍ଚ୍ଚ  ହୋଇଥିଲା।  ସେଭଳି ବକ୍ସ ଅଫିସରେ କଲେକ୍ସନ କରିଥିଲା ୮୩୦୦ କୋଟିରୁ ଅଧିକ।