ଝାରସୁଗୁଡା ୧୫/୦୫: ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ବ୍ରଜରାଜନଗର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବନ୍ଧବାହାଲ, ଗାନ୍ଧିଛକ, ବ୍ରଜରାଜନଗର ଟାଉନ୍, ତାଲିବାହାଲ୍, ବାଦିମାଲ୍, ବାବୁପାଡା, ଖଲିଆଖାନି, ଖଲିଆପଡ଼ା, ଅଭୟପୁର, ଗଜପତି ନଗର, ନୂଆପଡ଼ା, ଲାମଟିବାହାଲ, କୁଟାବଗା, ଶାନ୍ତିନଗର, ଗଣେଷନଗର, ତେଲେନପାଲି, ରେମୁଣ୍ଡା, ବଲଣ୍ଡା ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ତା. ୧୬.୦୫.୨୦୨୫ ରିଖି (ଶୁକ୍ରବାର) ସକାଳ ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି ଓପିଟିସିଏଲ ପକ୍ଷରୁ କୁହା ଯାଇଛି ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।