ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନବୀନଙ୍କ ତାଗିଦ୍ ପରେ ପ୍ରଭାତ ତ୍ରିପାଠୀଙ୍କ ସ୍ପଷ୍ଟୀକରଣ : 'ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି, ନିଲମ୍ବନ ହଟାଇବାକୁ କେବେ ଅନୁରୋଧ କରିନି’

Published By : Rasmita Pradhan | April 10, 2025 12:45 PM

ଭୁବନେଶ୍ଵର, ୧୦/୦୪ : ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ଝଡ଼। ସିଧା ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବହୁ ନେତା। ସିଧାସଳଖ ଭାବେ ନାଁ ନେଇ ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସାଂସଦ ଦେବାଶିଷ ସାମନ୍ତରାୟ। ଏହାପରେ ଦଳରେ ବଡ଼ ହଲ୍‌ଚଲ୍ ଦେଖାଦେଇଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟୀକରଣ ରଖିଛନ୍ତି। ପାଣ୍ଡିଆନଙ୍କ ନିନ୍ଦୁକଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଏପରିକି ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ସେ ବହୁ ପୂର୍ବରୁ ବହିଷ୍କୃତ ହୋଇଛନ୍ତି କହି ଶକ୍ତ ଆଘାତ ଦେଇଛନ୍ତି। ନବୀନଙ୍କ ଏଭଳି କଡ଼ା ଜବାବ ପରେ ଏବେ ପ୍ରଭାତ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଚିଟଫଣ୍ଡ୍ ମାମଲାରେ ମୋତେ ନିଲମ୍ଵିତ କରାଯାଇଥିଲା। ଦଳର ଆବଶ୍ୟକତାକୁ ଭିତ୍ତି କରି ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ମୁଁ ନିଜ ଆଡୁ କହି ନଥିଲି। ମୁଁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଥିଲି। ଗତକାଲି ଯାଏଁ ମୁଁ ବିଜେଡିର ସଦସ୍ୟ ଥିଲି। ୨୦୧୯ ନିର୍ବାଚନରେ ଏକ ସଭାରେ ମୁଁ ଭାଷଣ ଦେବା ସମୟରେ ନବୀନ ବାବୁ ବି ଥିଲେ। କଟକ ଜିଲ୍ଲାରେ ଯାହା ସଭା ହୁଏ, ବିଜେଡି ମୋତେ ବିନିଯୋଗ କରେ। ୨୦୨୪ ନିର୍ବାଚନରେ ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ କାମ କରିଛି। ଯାହାକୁ ସବୁ ଦଳୀୟ କର୍ମୀ ସ୍ୱୀକାର କରିବେ। 

ସେହିପରି ଚିଟଫଣ୍ଡ୍ ନେଇ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ, ସେହି ମାମଲା ଏବେ ବିଚାରାଧୀନ ଅଛି। ନ୍ୟାୟାଳୟ କହିବେ ମୁଁ ଦୋଷୀ କି ନୁହେଁ। ମୁଁ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ବହୁତ କାମ କରିଛି। ଗୋଟେ କଥା ଲୁଚାଇବାକୁ ନବୀନଙ୍କୁ ମିଛ କଥା କୁହାଇ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି। ଯିଏ ଏବେ ଦଳର ନେତା ହୋଇଛନ୍ତି, ସେମାନେ ନବୀନଙ୍କ ମୁହଁରୁ କିଛି ବି କୁହାଇ ଦେଉଛନ୍ତି। ମୁଁ ନିଲମ୍ବନ ନ ହୋଇ ନିଲମ୍ବନ କହିବା ମାନେ ମୁଁ ଆଉ ବିଜେଡିରେ ସୁରକ୍ଷିତ ନୁହେଁ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ୱାକଫ ବିଲ ସଂଶୋଧନ ନେଇ। ଏହା ସଂଖ୍ୟାଲଘୁଙ୍କ ଅଧିକାର। ଯାହାକୁ ବିଜେଡି ସୁରକ୍ଷା ଦେବା କଥା। କାରଣ ଏହା ବିଜେଡିର ରାଜନୈତିକ ଆଭିମୁଖ୍ୟ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ଏହାର କାରଣ। ମୋ କଥା କହି ୱାକଫ କଥା ଗୋଳିଆ କରାଗଲା। ପ୍ରଭାତ ତ୍ରିପାଠୀ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.