ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ପ୍ରଦୋଷ ବ୍ରତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପାଳନ କରାଯାଏ । ପ୍ରଦୋଷ ବ୍ରତ ଦିନଟି ଭଗବାନ ଶିବଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଶିବ ପୁରାଣରେ ପ୍ରଦୋଷ ବ୍ରତ ଏବଂ ଏହାର ମହିମା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ପ୍ରଦୋଷ ବ୍ରତ ଦିନ ପ୍ରଭୁ ଶିବଙ୍କ ପୂଜାପାଠ ସହ ଉପବାସ କରାଯାଏ। ତେବେ ଏହି ବ୍ରତ ପାଳନ କରିବା ଦ୍ବାରା ଘର ଧନଧାନ୍ୟ ପରିପୂର୍ଣ୍ଣ ରହିଥାଏ ବୋଲି ବିଶ୍ବାସ ରହିଛି। ପ୍ରଦୋଷ ବ୍ରତକୁ ପାଳନ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ। ଯାବହା କ୍ୟାରିୟର ଏବଂ ବ୍ୟବସାୟରେ ଥିବା ବାଧା ଦୂର ହୋଇଯାଏ । ସେହିପରି ଜୀବନରେ ସୁଖ ଏବଂ ସମୃଦ୍ଧତା ବଜାୟ ରହେ। | କୌଣସି ଅଭାବ ରହେ ନାହିଁ। କେବଳ ଏତିକି ନୁହେଁ, ପ୍ରଭୁ ଭୋଲେନାଥଙ୍କ ଅନୁଗ୍ରହରେ, ବିବାହ ପଥରେ ଆସୁଥିବା ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଯାଏ।  

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ , ମାଘ ମାସ କୃଷ୍ଣପକ୍ଷର ତ୍ରୟୋଦଶୀ ତିଥି ୨୬ ଜାନୁଆୀ ରାତି ୮ ଟା ୫୪ ମିନିଟରୁ ଆରମ୍ଭ ହେବାକୁ ଯାଉଛି। ସେହିପରି ୨୭ ଜାନୁଆରୀର କାତି ୮ଟା ୩୪ ମିନିଟରେ ତିଥି ଶେଷ ହେବ। ତେଣୁ ୨୭ ଜାନୁଆରୀ ଦିନ ଏହି ବ୍ରତ ପାଳନ ହେବ । ୨୭ ଜାନୁଆରୀ ସୋମବାର ପଡ଼ୁଥିବାରୁ ଏହି ଦିନକୁ ସୋମ ପ୍ରଦୋଷୀ ବ୍ରତ ମଧ୍ୟ କୁହାଯାଉଛି ।  କିନ୍ତୁ ଏହି ବ୍ରତ ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏହି ବ୍ରତ ସମୟରେ ଭୁଲ କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ଏହି ଦିନ କଣ ସବୁ ନ କରିବା ଉଚିତ୍ ।

ତେବେ ପ୍ରଦୋଷ ବ୍ରତ ଦିନ ଝଗଡ଼ା କରନ୍ତୁ ନାହିଁ। ପୂଜା କରିବା ସମୟରେ କାହା ବିଷୟରେ ଖରାପ ବିଚାର କରନ୍ତୁ ନାହିଁ। ପୂଜା ଥାଳିରେ କେତକୀଫୁଲ ଓ ହଳଦୀ ରଖନ୍ତୁନି । ଶିବଲିଙ୍ଗ ଉପରେ ଭଙ୍ଗା ଚାଉଳକୁ ଭୁଲରେ ଅରପଣକରନ୍ତୁ ନାହିଁ। ଶିବଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ। କଳାବସ୍ତ୍ର ମଧ୍ୟ ପିନ୍ଧନ୍ତୁ ନାହିଁ। ସେହିପରି ପିଆଜ, ରସୁଣ ଓ ତାମସିକ ଜିନିଷରୁ ଦୂରେଇ ରୁହନ୍ତୁ।