ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ପ୍ରଜ୍ୱଳଙ୍କୁ ଆଜୀବନ ସଜା, ୧୨ ଲକ୍ଷ ଟଙ୍କାର ଜରିମାନା: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ କୋର୍ଟଙ୍କ ବଡ଼ ରାୟ

Published By : Harapriya Biswal | August 2, 2025 5:30 PM

ବେଙ୍ଗାଲୁର,୨।୮: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜନତା ଦଳ ସେକୁଲାର ବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନା। ଆଜି ଲୋକ ବେଙ୍ଗାଲୁରର ସ୍ପେଶାଲ କୋର୍ଟ ତାଙ୍କୁ ଆଜୀବନ କାରାବାସ ସଜା ଶୁଣାଇଛନ୍ତି। ଏହା ସହ ତାଙ୍କ ରେ ୧୧ ଲକ୍ଷ ଟଙ୍କାର ଜରିମାନା  ମଧ୍ୟ ଲଗାଯାଇଛି। ହୋଲେନରସିପୁରା ପୋଲସି ଷ୍ଟେସନ୍‌ରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ତାଙ୍କର ଜଣେ ଘରୋଇ ସହାୟିକା ପୂର୍ବତନ ସାଂସଦ ପ୍ରଜ୍ୱଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଦୁଷ୍କର୍ମ ମାମଲା ରୁଜୁ ହେବାର ମାତ୍ର ୧୪ ମାସ ମଧ୍ୟରେ ଏପରି ରାୟ ଆସିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ପ୍ରଜ୍ୱଳ  କମ୍ ସଜା ଦେବା ପାଇଁ ଅପିଲ କରିଥିଲେ। ସେ କହିଥିଲେ, ମୁଁ କିଛି ଭୁଲ କରିନି। ରାଜନୀତିରେ ଆଗକୁ ବଡିବା ତାଙ୍କର ଏକମାତ୍ର ଭୁଲ ଥିଲା। କୋର୍ଟଙ୍କ ରାୟ ଆସିବା ପରେ ପ୍ରଜ୍ୱଳ ଶନିବାର କାନ୍ଦି ପକାଇଥିଲେ।  ସେ କହିଥିଲେ ମୁଁ ମେକାନିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏନସ୍ କରିଛି। ମୁଁ ମୋର ଯୋଗ୍ୟତା ଆଧାରରେ ପାସ୍ ହୋଇଛି। ମୁଁ କୌଣସି ମହିଳା ସହ ଦୁଷ୍କର୍ମ କରିନି। ସେ ନିର୍ବାଚନର ଠିକ୍ ୬ ଦିନ ପୂର୍ବରୁ ଆସିଥିଲେ। ବିରୋଧି ଦଳ ଜାଣିଶୁଣି ଏଭଳି କରିଛି।  ମହିଳା ଜଣକ ତାଙ୍କ ସ୍ବାମୀ କିମ୍ବା ପରିବାର ଲୋକଙ୍କୁ କହିନଥିଲେ। ଯେତେବେଳେ କିଛି ଭିଡିଓ ଭାଇରାଲ ହେଲା, ତା ପରେ ମୋ ବିରୋଧରେ ଅଭିଯୋଗ କଲେ।’  ଗତକାଲି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ରାୟ ବେଳେ କୋର୍ଟ ରୁମରେ ପ୍ରଜ୍ୱଳ  ଉପସ୍ଥିତ ଥିଲେ। ରାୟ ଶୁଣି ଭାଙ୍ଗି ପଡ଼ିଥିଲେ ଓ କାନ୍ଦି କାନ୍ଦି ବାହାରକୁ ଆସିଥିଲେ।

ସାଂସଦ/ ବିଧାୟକଙ୍କ ସ୍ବତନ୍ତ୍ର କୋର୍ଟର ବିଚାରପତି ଗଜାନନ ଭଟ୍ଟ ଶୁକ୍ରବାର ପ୍ରଜ୍ୱଳଙ୍କୁ ଯୌନ ଶୋଷଣ ଓ ଦୁଷ୍କର୍ମର ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାଟି ହାସନ ଜିଲ୍ଲା ହୋଲେନରସିପୁରାରେ ରେଭନ୍ନାଙ୍କ ଫାର୍ମ ହାଉସ କାମ କରୁଥିବା ଘରୋଇ ସହାୟିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଫାର୍ମ ହାଉସ ଓ ବେଙ୍ଗାଲୁରରେ ଥିବା ରେଭନ୍ନାଙ୍କ ବାସଭବନରେ ମହିଳାଙ୍କୁ ୨ ଥର ଦୁଷ୍କର୍ମ ହୋଇଛି। ଏହାର ଭିଡିଓ ରେକର୍ଡିଂ କରି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।  ୨୦୨୪ ଲୋକସଭା ନିର୍ବାଚନ ବେଳେ ଜେଡିଏସ ଓ ବିଜେପି ମେଣ୍ଟ କରିଥିଲେ। ଜେଡିଏସ ମଧ୍ୟ ପ୍ରଜ୍ୱଳ ରେଭନ୍ନାଙ୍କୁ ଟିକେଟ ଦେଇଥିଲା। ସେ ନିଜର ପ୍ରଚାର ମଧ୍ୟ କରିଥିଲେ। ଏତିକି ବେଳେ ତାଙ୍କୁ ବିରୋଧରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା।

ଗିରଫ ପରେ ବି ପ୍ରଜ୍ୱଳ ହାସନ ଜିଲ୍ଲାରୁ ମେଣ୍ଟ ପ୍ରାର୍ଥୀ ଭାବେ ଲଢ଼ିଥିଲେ। କିନ୍ତୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଥିଲା। ପ୍ରଜ୍ୱଳଙ୍କ ବିରୋଧରେ ମାମଲା କର୍ଣ୍ଣାଟକ ସିଆଇଡିର ସାଇବର କ୍ରାଇମ ଷ୍ଟେସନରେ ରୁଜୁ ହୋଇଥିଲା। ଆଇପିସି ଓ ଆଇଟି ଆକ୍ଟ ୨୦୦୮ ଅନୁସାରେ ମାମଲା ହୋଇଥିଲା। ସିଆଇଡିର ସ୍ପେଶାଲ ଇନଭେଷ୍ଟିଗେସନ ଟିମ ବା ଏସ୍‌ଆଇଟି ତଦନ୍ତ ବେଳେ ୧୨୩ଟି ପ୍ରମାଣ ସଂଗ୍ରହ କରିଥିଲା। ଏସଆଇଟି ୨ ହଜାର ପୃଷ୍ଠାର ଚାର୍ଜଶିଟ ଦାଖଲ କରିଥିଲା। ୨୦୨୪ ଡିସେମ୍ବର ୩୧ରୁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ହୋଇଥିଲା। ୭ ମାସ ମଧ୍ୟରେ କୋର୍ଟ ୨୩ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିଥିଲେ। ଏହାପରେ ଫରେନ୍ସିକ ଲ୍ୟାବ ରିପୋର୍ଟ ଓ ଭିଡିଓ କ୍ଲିପଗୁଡ଼ିକର ତର୍ଜମା କରିଥିଲେ। ଶେଷରେ ଶୁକ୍ରବାର ପ୍ରଜ୍ୱଳ ରେଭାନ୍ନାଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦିନକ ପରେ ଅର୍ଥାତ ଆଜି କୋର୍ଟ ତାଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ଉଲ୍ଳେଖନୀୟ ଯେ, ରେଭନ୍ନା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ପୁତୁରା। ସେଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ତାଙ୍କ କର୍ଣ୍ଣାଟକର ବିଧାୟକ ଏଚ୍‌ଡି ରେଭନ୍ନାଙ୍କ ପୁଅ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.