ସାହାଜପାଲ, ୨୪/୧୧ : ଅଧାପନ୍ତରିଆ ହୋଇପଡ଼ିଛି ବୌଦ୍ଧ ସୋନପୁର ୫୭ ନଂ ଜାତୀୟ ରାଜପଥର ମୁଣ୍ଡିପଦର ଗ୍ରାମ ଓ ବାଳାକିରା, ଜାଲୋଇ ଗ୍ରାମକୁ ସଂଯୋଗ କରୁଥିବା ସଡ଼କ। ନିର୍ଦ୍ଧାରିତ ସମୟ ସରିଥିଲେ ବି କାମ ଶେଷ କରିପାରୁନି ଠିକାଦାର। ଯାହାଫଳରେ ସାହାଜପାଲ ଜାତୀୟ ରାଜପଥଠାରୁ ଲାଇନମେନ ସାହି ପ୍ରଯ୍ୟନ୍ତ ଧୂଳି ଉଡ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରମେୟ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ଠିକା ସଂସ୍ଥାର ଚେତା ପଶିଛି। ସୋମବାର ସକାଳେ ସାହାଜପାଲ ୫୭ନଂ ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଲାଇନମେନ ସାହି ପ୍ରଯ୍ୟନ୍ତ ଅଧାପନ୍ତରିଆ ରାସ୍ତାରେ ପାଣି ଛିଞ୍ଚା ଯାଇଛି।
ପାଣି ଛିଞ୍ଚାହେବା ପରେ ଧୂଳିରୁ ଆଶ୍ଵସ୍ତି ମିଳିଛି। ଏହି ରାସ୍ତା ଦେଇ ଯାତାୟତ କରୁଥିବା ପଥଚାରୀ ଧୂଳିରୁ ଆଶ୍ଵସ୍ତି ପାଇଛନ୍ତି। ତୁରନ୍ତ ଏହି ରାସ୍ତା ସମ୍ପନ୍ନ କରିବାକୁ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।