ଭୁବନେଶ୍ୱର,୧୬/୧୨: ସନ୍ଧ୍ୟା ୭ଟା ନ  ହେଉଣୁ ‘ପ୍ରମେୟ’ ଷ୍ଟଲରେ ଭିଡ଼ ଜମିସାରିଥିଲା ।  ସ୍ଥିତି ଏମିତି ହୋଇଥିଲା ପାଠକ ଠିଆହେବାକୁ  ସ୍ଥାନାଭାବ ପଡ଼ିଥିଲା । ‘ପ୍ରମେୟ’ କୁଇଜ୍‌ରେ  ଭାଗ ନେବାକୁ ସତେ ଯେମିତି ଏକ ପ୍ରତିଯୋଗିତା  ଲାଗିଥିଲା । 

ଷଷ୍ଠ ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ  ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ପକ୍ଷରୁ ଆୟୋଜିତ କୁଇଜ୍‌  ପ୍ରତିଯୋଗିତା ରବିବାର ଏମିତି ସ୍ଥିତି ଦେଖିବାକୁ ମିଳିଥିଲା । ମେଳା ସରିଆସୁଥିବା ବେଳେ କୁଇଜ୍‌ରେ  ଭାଗ ନେବାକୁ ପୁସ୍ତକପ୍ରେମୀଙ୍କ ଉତ୍ସାହ ବଢ଼ିବାରେ  ଲାଗିଛି । ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କୀତ ୧୫ଟି ପ୍ରଶ୍ନ ପଚରାଯାଇଥିଲା । ଏଥିସହ ୧୫ଜଣ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । 

ବିଜେତାମାନେ ହେଲେ ଭୁବନେଶ୍ୱରର ରଶ୍ମିରଞ୍ଜନ  ସାଥୁଆ, ଉତ୍ତମ କୁମାର ଦେ, ପ୍ରଦୀପ କୁମାର ଜେନା,  ବ୍ରଜମୋହନ ପାଣି, ଆଶୁତୋଷ ରାଉତରାୟ, ସୁରଜ  ମହାରଣା, ଦିନେଶ ନାୟକ, ଆଶିଷ ବିଶ୍ୱାଳ, ସାହିନା  ବିଶ୍ୱାଳ, ଓମ୍‌ ପ୍ରଭା, ସୁମନ ସାହାଣୀ, ଅମୃତ ପ୍ରିତମ,  ସୁରଜ ସାହୁ, ଭଦ୍ରକର ଜିସାନ ଅଲ୍ଲୀ ଓ ବୌଦ୍ଧର  ବିନୋଦ ମେହେର । କୁଇଜ୍‌ ପ୍ରତିଯୋଗିତା ପରେ  ଅନୁଷ୍ଠିତ ଓଡ଼ିଆ ପାରାଗ୍ରାଫ୍‌ ପଠନ ପ୍ରତିଯୋଗିତାରେ  ୟୁନିଟ-୮ ଷ୍ଟୁଆର୍ଟ ସ୍କୁଲର ଲନନ୍ୟା ପଟ୍ଟନାୟକ,  ୟୁନିଟ-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନିକେତ୍‌  ଭୂୟାଁ ଓ ୟୁନିଟ-୮ ଏସ୍‌ଏସ୍‌ଭିଏମ୍‌ର ଆଦ୍ୟାଶିନୀ  ବିଶ୍ୱାଳ ବିଜୟୀ ହୋଇଥିଲେ । 

ପ୍ରତିଯୋଗିତାରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଉପସ୍ଥିତ  ରହି କୁନି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବାର୍ତ୍ତା  ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର ଉପସ୍ଥିତ ରହି  କୁଇଜ୍‌ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଅଙ୍କୁର  ଫାଉଣ୍ଡେସନର ଅଧ୍ୟକ୍ଷା ସମାଜସେବୀ ଚିନ୍ମୟୀ ପଣ୍ଡା  ଅତିଥିଭାବେ ଯୋଗଦେଇ ବିଜେତାଙ୍କୁ ଉତ୍ସାହିତ  କରିଥିଲେ । ‘ପ୍ରମେୟ’ ପ୍ରସାର ବିଭାଗ ଡିଜିଏମ୍‌  ଗଜେନ୍ଦ୍ର ଦାସ, ଏଜିଏମ ରମାକାନ୍ତ ମଲ୍ଲିକ, ବରିଷ୍ଠ  ସାମ୍ବାଦିକ ଉପେନ୍ଦ୍ର ପ୍ରସାଦ ମହଲା ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମକୁ ପ୍ରସାର ବିଭାଗର ଚନ୍ଦ୍ରକାନ୍ତ ନନ୍ଦ ପରିଚାଳନା  କରିଥିଲେ । ସିଦ୍ଧାର୍ଥ ଜେନା, ସରୋଜ ସାହୁ, ସୁକାନ୍ତ  ସାମନ୍ତରାୟ, ବିଜୟ ପରିଡା, ବିଜୟ ମହାରଣା, ଅମୀୟ  ନାୟକ, ସୋଆ ‘ପ୍ରାଚୀନ’ର ସିପୁନ ଭୂତିଆ ଓ ଅଭିଷେକ  ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ ।