ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ବେଲପଡା ଠିକାଦାର ପ୍ରଶାନ୍ତ ନିଆଲ ହତ୍ୟା ଘଟଣା, ମୃତ ଦେହକୁ ମାଟି ଭିତରୁ ବାହାର କରି ପରିବାରକୁ ହସ୍ତାନ୍ତର କଲା ପୋଲିସ...

Published By : Prameya | May 18, 2025 10:24 PM

ବଲାଙ୍ଗୀର ୧୮/୦୫ : ବଲାଙ୍ଗିର ଜିଲ୍ଲା ବେଲପଡାର ଠିକାଦାର ପ୍ରଶାନ୍ତ ନିଆଲଙ୍କୁ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଏବଂ ଗ୍ରାମବାସୀ। ଏନେଇ ବେଲପଡା ପୋଲିସ ପୋତା ଯାଇଥିବା ଶବକୁ ମାଟି ଭିତରୁ ବାହାର କରି ପୁଣିଥରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରିବାର ଲୋକ ମୃତଦେହକୁ ଘରକୁ ଆଣି ଦାହ କରିଥିବା ଜଣାପଡିଛି। 

ସୂଚନା ଅନୁଯାୟୀ, ୮ ତାରିଖ ଦିନ ଠିକାଦାର ପ୍ରଶାନ୍ତ ନିଆଲ ଏବଂ ଅନ୍ୟ ୩ ଜଣ ରାୟପୁର ଯାଇଥିଲେ। ରାୟପୁରରୁ ୩ ଜଣ ବେଲପଡ଼ା ଫେରି ଆସିଥିବା ବେଳେ ପ୍ରଶାନ୍ତଙ୍କ କୌଣସି ଖୋଜ ଖବର ନଥିଲା। ପରେ ଛତିଶଗଡର ରାୟପୁର ଜିଲ୍ଲା ଆରଙ୍ଗ ରେଳ ଟ୍ରାକ ଉପରେ ତାହ୍କ ମୃତଦେହକୁ ଉଦ୍ଧାର କରିଥିଲା ଆରଙ୍ଗ ପୋଲିସ । ପୋଲିସ ମୃତଦେହକୁ ଜବତ କରି ୟୁ ଡି କେସ ନଂ ୫୨/୨୦୨୫ରେ ଏକ ମାମଲା ଋଜୁ କରିଥିଲା । ତେବେ ମୃତଦେହର ପରିଚୟ ନପାଇ ପୋଲିସ ୭୨ ଘଣ୍ଟା ପରେ ମାଟିରେ ପୋତି ଦେଇଥିବା ଖବର ପାଇଥିଲେ ପରିବାର । ଏହା ଦେଖି ପରିବାର ଲୋକେ ପ୍ରଶାନ୍ତଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିବା ସଙ୍ଗେସଙ୍ଗେ ବେଲପଡା ଥାନା ଘେରାଉ ଏବଂ ରାସ୍ତାରୋକ କରିଥିଲେ । ଅନ୍ୟପଟେ ଘଟଣାଟି ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ଆରଙ୍ଗ ଅଞ୍ଚଳରେ ହୋଇଥିବାରୁ ଆରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.