ନୂଆଦିଲ୍ଲୀ: ଇନ୍ଧନ ସଞ୍ଚ କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ତାଙ୍କ କନଭୟରେ ବ୍ୟବହୃତ ହେଉଥିବା ଗାଡ଼ିକୁ କମ କରିବା ପାଇଁ ଡିଜିପିଙ୍କୁ କହିଛନ୍ତି ଶୁଭେନ୍ଦୁ । ଏହାସହ ଅନ୍ୟ ମନ୍ତ୍ରୀ ଏବଂ ଦଳୀୟ ନେତାଙ୍କୁ ଇନ୍ଧନ ସଞ୍ଚୟ ସମ୍ପର୍କରେ ମଧ୍ୟ କହିଛନ୍ତି । ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆବେଦନକୁ ପାଳନ କରିବା ପାଇଁ ମଧ୍ୟ ନିବେନ କରିଛନ୍ତି ।

କହି ରଖୁଛୁ କି, ଇନ୍ଧନ ବଞ୍ଚଇେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରିଥିଲେ । ଏହାସହ ତାଙ୍କ କନଭୟର ଗାଡ଼ି ହ୍ରାସ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ । ବୁଧବାର ପ୍ରଧାନମନ୍ତ୍ରୀ ତାଙ୍କ କନଭୟ ଗାଡ଼ି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିଛନ୍ତି । ନିଜେ ଉଦାହରଣ ପାଲଟିଛନ୍ତି ମୋଦି । ଆଉ ଏବେ ଏହାକୁ ଅନୁସରଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ।

ବୁଧବାର ପଶ୍ଚିମବଙ୍ଗ ବିଧାନସଭାରେ ଭବାନୀପୁର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ନିଜୟ କନଭୟର ଗାଡ଼ି ସଂଖ୍ୟା ହ୍ରାସ କରିବା ପାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସରକାରୀ ଖର୍ଚ୍ଚ କମ କରିବା ଏବଂ ଇନ୍ଧନ ସଂଚୟ ପାଇଁ ଅପିଲ୍ କରିଥିଲେ । ଯେଉଁଥିରେ ବିଭିନ୍ନ ରାଜ୍ୟରେ ଏବେ ଏହା ଉପରେ ଗୁରୁତ୍ବ ଦିଆଯାଇଛି । ଓଡ଼ିଶାରେ ମଧ୍ୟ ସେଭଳି ହେବାକୁ ଯାଉଛି ।

ଏହାସହ ପଢ଼ନ୍ତୁ: Fuel Saving Appeal : ମୋଦିଙ୍କ ଇନ୍ଧନ ବଞ୍ଚାଅ ଅପିଲ୍‌କୁ ଓଡ଼ିଶାରେ ସ୍ଵାଗତ, ପରିବହନ ମନ୍ତ୍ରୀ କହିଲେ ଏବେଠୁ ମୁଁ ସରକାରୀ ବସ୍‌ରେ ଯିବି