ଭୁବନେଶ୍ଵର, ୦୯/୧୧ : ଓଡ଼ିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ, ଛୁଟିବ ପର୍ଯ୍ୟଟକଙ୍କ ସୁଅ। ଓଡ଼ିଶାର ଆଇକନିକ୍ ପର୍ଯ୍ୟଟନ କ୍ଷେତ୍ରର ହେବ ବିକାଶ। ଭିତ୍ତିଭୂମି ନେଇ ଲଣ୍ଡନରେ ଉପସ୍ଥାପନା କରାଯାଇଛି। ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଖୁବ୍ଶୀଘ୍ର ବିଦେଶୀ ନିବେଶକ ଓଡ଼ିଶା ଆସିବେ। ଲଣ୍ଡନ ଗସ୍ତରୁ ଫେରି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଆଇକନିକ୍ ସାଇଟ୍ କୋଣାର୍କ, ୪୮୦ କି.ମି ବିଶିଷ୍ଟ ବେଳାଭୂମି, ବଡ଼ ଚିଲିକା ହ୍ରଦ, ଶିମିଳିପାଳ, ଦେବ୍ରିଗଡ଼, ଦେଓମାଳୀ। ଏସବୁକୁ ପ୍ରୋତ୍ସାହନ ଦେବା ଲାଗି ଆମେ କଥା ହୋଇଛୁ। ୱାର୍ଲ୍ଡ ଟୁରିଜିମ୍ ମାର୍ଟରେ ଓଡ଼ିଶାର ପ୍ରଦର୍ଶନ ଖୁବ୍ ଉତ୍କୃଷ୍ଟ। ଓଡ଼ିଶା ପର୍ଯ୍ୟଟନ ସହ ଜଡ଼ିତ ଥିବା ଲଣ୍ଡନର ପ୍ରବାସୀଙ୍କ ସହ ତିନି ରାଉଣ୍ଡ ଆଲୋଚନା ହୋଇଛି। ଲଣ୍ଡନର ହାଇକମିଶନଙ୍କ ସହ କଥା ହୋଇଛୁ। ଅନେକ ଟୁର୍ ଅପରେଟର, ଟୁରିଷ୍ଟ ଗାଇଡ୍ ଓଡ଼ିଶା ଆସିବେ। ଓଡ଼ିଶା ଟୁରିଜିମ୍ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଅନେକ ନିବେଶକଙ୍କ ସହ ଭେଟିଛୁ। ପ୍ରମୋଦ ମିତ୍ତଲଙ୍କୁ ଭେଟିଛୁ।
ଉପମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି। ଏଥିରେ ଯୋଗ ଦେବାକୁ ଆମେ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛୁ। ଖୁବ୍ ଶୀଘ୍ର ଆମ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହିତ ଏକ ନୂଆ ଲୁକ୍ ଦେବାରେ ଏ ଲଣ୍ଡନ ଗସ୍ତ ସଫଳ ହେବ।