ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଆସୁଛି ବାତ୍ୟା ! ଏହା ପୂର୍ବରୁ ଓ ପରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଜାଣନ୍ତୁ...

Published By : Anindita Ratha | October 22, 2024 1:03 PM

ଭୁୂବନେଶ୍ବର,୨୨/୧୦: ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ ବୋଲି ଆକଳନ କରାଯାଇଛି।  ତେବେ  ବାତ୍ୟା ପୂର୍ବରୁ କେମିତି କରିବେ ପ୍ରସ୍ତୁତି। ବାତ୍ୟା ସମୟରେ ନିଜ ପାଖ କେଉଁ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ରହିଖିବା ଜରୁରୀ। ଏଥସହିତ ବାତ୍ୟା ପରେ କିଭଳି ଭାବେ ପରିସ୍ଥିତ କରିବେ ମୁକାବିଲା।  ଆସନ୍ତୁ ଜାଣିବା..

ବାତ୍ୟା ପୂର୍ବ ପ୍ରସ୍ତୁତି:-ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ। ଯଦି ଗୃହ ପାଳିତ ପଶୁ ଅଛନ୍ତି ସେମାନଙ୍କୁ ବି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ। ଆବଶ୍ୟକ ଅନୁସାରେ ଅର୍ଥାତ ୨ ବା ୩ ଦିନ ପାଇଁ ଆପଣ ଖାଦ୍ୟ ସାମଗ୍ରୀ କିଣି ରଖିପାରିବେ। ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ରଖନ୍ତୁ। ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ। 

ବାତ୍ୟା  ସମୟରେ:- ବାତ୍ୟା ବା ଭାରି ବର୍ଷା ସମୟରେ ଆପଣ ଆପଣଙ୍କ ପିଲାଙ୍କୁ ନିଜପାଖରେ ରଖନ୍ତୁ। ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ। କାରଣ ଆପଣ ଭୟଭୀତ ହେଲେ ଆପଣଙ୍କ ପିଲା ବି ଭୟଭୀତ ହେବ। ଘରୁ ବାହାରନ୍ତୁ ନାହିଁ। ଘରରର କବାଟ କିମ୍ବା ଝରକାଠାରୁ ଦୂରେଇ ରୁହନ୍ତୁ । ଯଦି କୁଆଡ଼େ ବାହାରକୁ ଯାଇଛନ୍ତି ତେବେ ଛୋଟ ଛୋଟ ଗଳିକନ୍ଦି ରାସ୍ତାରେ ପଶନ୍ତୁ ନାହିଁ। ମୋବାଇଲ ପାଖରେ ରଖନ୍ତୁ। 

ବାତ୍ୟା ପରେ:-ବାତ୍ୟା ପରେ ସଙ୍ଗେ ସଙ୍ଗେ ଘରୁ ବାହାରନ୍ତୁ ନାହିଁ । ଭଙ୍ଗା ବିଦ୍ୟୁତ ଖୁଣ୍ଟ ଓ ତାର ଠାରୁ ଦୂରେଇ ରହନ୍ତୁ। ଆଶ୍ରୟ ପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ବାଛନ୍ତୁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ଏଥିପାଇଁ ଏମରଜେନ୍ସି ନମ୍ବର ମଧ୍ୟ ଜାରି ରହିଛି । ଓଡିଶା ଜରୁରୀକାଳୀନ ନମ୍ବର-୧୦୭୦, ଏନଡିଆରଏଫ ନମ୍ବର-୦୧୧-୨୪୩୬୩୨୬୦ ଏବଂ ଆଇଏମଡି ନମ୍ବର-୦୬୭୪-୨୪୩୧୧୫୫ ଜାରି କରାଯାଇଛି। ଆପଣ ଏହି ନମ୍ବରକୁ ଜରୁକାଳୀନ ପରିସ୍ଥିତିରେ ଯୋଗାଯୋଗ କରିପାରିବେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.