ମୁମ୍ୱାଇ,୦୧/୦୫: ଅଭିନେତ୍ରୀ ଦୀପିକା ପାଦୁକୋନ ଦ୍ୱିତୀୟ ଥର ମାଆ ହେବାକୁ ଯାଉଥିବା ଖବର ଆସିବା ପର ଠାରୁ ଅଭିନେତ୍ରୀ ଶିରୋନାମାରେ ରହିଛନ୍ତି । ଆଉ ଏହାରି ମଧ୍ୟରେ ତାଙ୍କର ଦୁଇଟି ପ୍ରମୁଖ ପ୍ରୋଜେକ୍ଟ "କିଙ୍ଗ" ଓ "ରାକା" ପାଇପଲାଇନରେ ଥିବା ବେଳେ ବର୍ତ୍ତମାନ କିଙ୍ଗ ସେଟରୁ ଫଟୋ ଭାଇରାଲ ହେଉଛି । ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ "କିଙ୍ଗ୍" ବର୍ତ୍ତମାନ ସାଉଥ ଆଫ୍ରିକାରେ ସୁଟିଂ ହେଉଛି । ଏହି ସମୟରେ, ସେଟରୁ ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ କିଛି ଫଟୋ ଭାଇରାଲ ହେଉଛି । ଲିକ୍ ହୋଇଥିବା ଫଟୋରେ, ଦୀପିକା ଶାହାରୁଖ ଖାନଙ୍କ ହାତ ଧରି ଚାଲୁଥିବାର ଦେଖାଯାଉଛନ୍ତି, ଯାହା ଏକ ଗୀତ ସୁଟିଂ ହେଉଥିବା କୁହାଯାଉଛି ।

ଦୀପିକା ଏକ ଅରେଞ୍ଜ ରଙ୍ଗର ଡ୍ରେସ୍ ପିନ୍ଧି ଥିବାବେଳେ ଶାହାରୁଖ ଖାନ ଏକ ଚେକ୍ ସାର୍ଟ ଏବଂ ଗ୍ରେ ପ୍ୟାଣ୍ଟରେ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ଭାଇରାଲ ପରେ ଫ୍ୟାନ୍ସ ଉଭୟ ତାରକାଙ୍କ କେମେଷ୍ଟ୍ରିକୁ ପ୍ରଶଂସା କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ନେଇ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଗର୍ଭବତୀ ଦୀପିକା ପାଦୁକୋନ ସାଉଥ ଆଫ୍ରିକାରେ ଶାହାରୁଖ ଖାନଙ୍କ ସହିତ "କିଙ୍ଗ୍" ପାଇଁ ଏକ ଗୀତ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ଆକ୍ସନ୍-ପ୍ୟାକ୍ଡ୍ କ୍ଲାଇମାକ୍ସ ସିନ୍ ସୁଟିଂ କରିବେ । ଆଉ ଭାରତ ଫେରିବା ପରେ, ଦୀପିକା ଅଲ୍ଲୁ ଅର୍ଜୁନ ଓ ଅଟଲିଙ୍କ ଫିଲ୍ମ "ରାକା" ରେ ଯୋଗ ଦେବେ ବୋଲି ଆଶା କରାଯାଉଛି ।

ଆହୁରି ପଢନ୍ତୁ- ପୁଣି ଚର୍ଚ୍ଚାରେ କରିସ୍ମା କପୁର ଓ ତାଙ୍କର ଦିବଂଗତ ସ୍ୱାମୀଙ୍କ ପରିବାର ମଧ୍ୟରେ ନ୍ୟାୟିକ ଲଢ଼େଇ,ସଂଜୟ କପୁରଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

"କିଙ୍ଗ୍" ଏବଂ "ରାକା" ଉଭୟର ରିଲିଜ ତାରିଖ ଘୋଷଣା ହୋଇସାରିଥିବାରୁ ଦୀପିକା ଏହି କାର୍ଯ୍ୟସୂଚୀଗୁଡ଼ିକୁ ଫୋଲୋ କରୁଛନ୍ତି । ଅଭିନେତ୍ରୀନିକଟରେ ଏକ ଗଣମାଧ୍ୟମକୁ କହିଛନ୍ତି, "ସେ ତାଙ୍କ ଗର୍ଭାବସ୍ଥା ପର୍ଯ୍ୟନ୍ତ ଫିଲ୍ମର ସୁଟିଂ ଜାରି ରଖିବେ ।" ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ଏବଂ ଦୀପିକାଙ୍କ ବ୍ୟତୀତ "କିଙ୍ଗ୍" ରେ ସୁହାନା ଖାନ, ରାଣୀ ମୁଖାର୍ଜୀ, ଅଭିଷେକ ବଚ୍ଚନ, ଅନିଲ କପୁର, ଅର୍ଶଦ ୱର୍ଶି, ଜୟଦୀପ ଆହଲାୱତ, ଜ୍ୟାକି ଶ୍ରଫ୍, ରାଘବ ଜୁୟାଲ ଏବଂ ଅଭୟ ବର୍ମା ମଧ୍ୟ ନଜର ଆସିବେ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏବଂ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ "କିଙ୍ଗ୍" ଡିସେମ୍ବର ୨୪ ରେ ଥିଏଟରରେ ମୁକ୍ତିଲାଭ କରିବ ।