ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାସ୍ତା ନାହିଁ ଗାଁକୁ, ଖଟିଆରେ ୪ କି.ମି ବୁହାହେଲେ ଗର୍ଭବତୀ...

Published By : Ladu Kishor | June 29, 2025 5:15 PM

ଝରିଗାଁ୨୯/୬ : ଝରିଗାଁ ବ୍ଲକରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ। ଗାଁକୁ ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ କିମ୍ବା କୌଣସି ଚାରି ଚକିଆ ଯାନ। ତେଣୁ ପରିବାର ଲୋକେ ଖଟିଆକୁ ଭାର କରି ତହିଁରେ  ଗର୍ଭବତୀଙ୍କୁ ବୋହି ଗାଡି ନିକଟରେ ପହଞ୍ଚିଥିଲେ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗୀପାନୀ ଗାଁରେ । ସର୍ଗୀପାନୀ ଗାଁର ଅଭି ସାନ୍ତାଙ୍କ ସ୍ତ୍ରୀ ପୁଲକ ସାନ୍ତାଙ୍କ ପ୍ରସବ ଯନ୍ତ୍ରଣା  ଆରମ୍ଭ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇନଥିଲା। କୌଣସି ଉପାୟ ନପାଇ ପରିବାର ଲୋକେ ଖଟିଆ ଭାର କରି ତହିଁରେ ଗର୍ଭବତୀଙ୍କୁ ବୋହି ୪ କିଲୋମିଟର ଦୂର ଫୁଲଝରୀ ଗାଁ ନିକଟରେ ପହଞ୍ଚାଇବା ପରେ ଏକ କାର ଯୋଗେ ଗର୍ଭବତୀଙ୍କୁ ଝରୀଗାଁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ପୁଲକ ସାନ୍ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିବା ସୂଚନା ମିଲିଛି। ଝରିଗାଁ ବ୍ଲକରେ ଏବେ ମଧ୍ୟ ଅନେକ ଗାଁକୁ ଭଲ ରାସ୍ତା ସଂଯୋଗ ହୋଇନଥିବାରୁ ବର୍ଷାଦିନେ ଲୋକେ ଗର୍ଭବତୀ ଏବଂ ଗୁରୁତର ରୋଗୀ ମାନଙ୍କୁ ଖଟିଆରେ ବୁହାହୋଇ ଡାକ୍ତର ଖାନା ନିଆଯାଉଥିବା ଦେଖିବାକୁ ମିଳୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.