ଭୁବନେଶ୍ବର,୪/୯ : ଏଥର ପୂଜା ମେଲୋଡିରେ ଅଶ୍ଳୀଳ​​​​​​​ ନୃତ୍ୟକୁ ନା । ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି ପୂଜାରେ ପାର୍କିଂକୁ ଗୁରୁତ୍ୱ  ଦିଆଯାଇଛି । ପାର୍କିଂ ନ ଥିଲେ ପଡ଼ିବନି ମିନା ବଜାର, ସେହିଭଳି ରାବଣ ପୋଡ଼ି ପାଇଁ ଅନୁମତି ମିଳିବନି । ପୂଜା ପରିଚାଳନା ପାଇଁ ଖୋଲିବ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ୍।

ପ୍ଲାଷ୍ଟିକ ମୁକ୍ତ ହେବ ପୂଜାମୁଖ୍ୟ ରାସ୍ତାରେ ତୋରଣ ଲଗେଇପାରିବେ ନାହିଁ । ପୂଜା କମିଟି ସବୁ ଭଷାଣି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଆମ୍ବୁଲାନ୍ସ ରଖାଯିବପୂଜା ପେଣ୍ଡାଲରେ ନିଶାକୁ ନାର ସଚେତନତା ବାର୍ତ୍ତା ବାଣ୍ଟିବ ପୋଲିସ ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ। ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ କମିଶନରଙ୍କ ତାଗିଦ।

ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଦେଲେ ଡେଡ଼ ଲାଇନ ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡ଼କୁ ଦିଆଯିବ ୫ଲକ୍ଷ୍ୟ ଟଙ୍କା। ପେଣ୍ଡାଲ ନିକଟରୁ ହଟିବେ ବୁଲା କୁକୁର ବୈଠକରେ ବିଏମସି କମିଶନର, ମେୟର, ୱାର୍ଡର କର୍ପୋରେଟର, ପୋଲିସ, watco, ଫାୟାର, ସବୁ ବିଭାଗର ଅଧିକାରୀ ସାମିଲ ଥିଲେ।